ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଗିରଫ

କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୩ଜଣ ଦୁଷ୍କର୍ମ କାରୀ ଉକ୍ତ ମହଳା ଜଣଙ୍କୁ ଜୋରଜବରଦସ୍ତ ଗୋବର ନାଳକୁ ଟେକିନେଇ ଦୁଷ୍କର୍ମ କରିଥିଲେ। ଏଥିସହ ଏହି ଘଟଣାକୁ ପ୍ରଘଟ ନ କରିବାକୁ ଧମକ ଦେଇଥିଲେ।

ଏ ନେଇ ଭବାନୀପାଟଣା ଥାନାରେ ଅଭିଯୋଗ ହେବାପରେ ପୁଲିସ ତଲମଲା ଗାଁ’ର ତିନି ଅଭିଯୁକ୍ତ ଝସକେତନ ନାଗ, ଲକ୍ଷ୍ମୀକାନ୍ତ ନାଗ, କିଶୋର ଚନ୍ଦ୍ର ମହାଲିକଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ସେମାନେ ଗୋଆରେ ଥିବା ଉକ୍ତ ମହିଳାଙ୍କ ସ୍ୱାମୀ ପଇସା ପଠାଇଥିବା କହି ମହିଳାଙ୍କ ଘରକୁ ଯାଇ ଦୁଷ୍କର୍ମ କରିଛନ୍ତି। ଏ ନେଇ ପୁଲିସ ସେମାନଙ୍କୁ ପଚରାଉଚୁରା ଜାରି ରଖିଛି।