ଅଧକେଜି ପ୍ଲାଷ୍ଟିକ୍ ବଦଳରେ ମିଳିବ ଆହାର ମିଲ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି ଅଦରକାରି ପ୍ଲାଷ୍ଟିକ୍ ଦେଲେ ମିଳିବ ଆହାର। ଅଧକେଜିଏ ପ୍ଲାଷ୍ଟିକ୍ ଦେଲେ ଭୁବନେଶ୍ୱରରେ ଯେ କୌଣସି ଆହାର କେନ୍ଦ୍ରରେ ଗୋଟିଏ ମିଲ ମିଳିବ। ଏଭଳି ଏକ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି)। ଆସନ୍ତା ୧୬ ତାରିଖରୁ ଏହି ବ୍ୟବସ୍ଥା ବିଧିବଦ୍ଧ ଭାବେ ଆରମ୍ଭ ହେବାକୁ ଯାଉଛି। ୟୁଏନଡିପି ଓ ଟଚ ଷ୍ଟୋନ୍ ଫାଉଣ୍ଡେସନ ମିଳିତ ଅନୁକୁଲ୍ୟରେ ବିଏମସିର ଏହି ଯୋଜନା କାର୍ଯ୍ୟକାରୀ ହେବ।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକକୁ ଗତ ଅକ୍ଟୋବର ମାସରୁ ବନ୍ଦ କରିଛନ୍ତି। ସେଥିପାଇଁ ବ୍ୟବସାୟୀ ଓ ଲୋକଙ୍କୁ ସଚେତନତା କରାଯିବା ସହ ବିଭିନ୍ନ ସମୟରେ ଚଢାଉ ମଧ୍ୟ କରାଯାଉଛି। ଏହା ସତ୍ୱେ କେତେକ ବ୍ୟବସାୟୀ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର କରୁଛନ୍ତି। ଯାହା ପରିବେଶ ପାଇଁ କ୍ଷତିକାରକ। ଏହାକୁ ରୋକିବା ପାଇଁ ବିଏମସି ଏକ ଅଭିନବ ପ୍ରୟାସ ଆରମ୍ଭ କରିବାକୁ ଯାଉଛି। ଭୁରବନେଶ୍ୱରବାସୀ ଅଧ କେଜିଏ ପ୍ଲାଷ୍ଟିକ ଦେଲେ ଗୋଟିଏ ଆହାର ମିଲ୍ ମିଳିବ। ବିଏମସି ଅଧୀନରେ ଥିବା ସମସ୍ତ ୧୧ଟି ଆହାର କେନ୍ଦ୍ରରେ ଏହି ସୁବିଧା ମିଳିବ।