ନାଗରିକତା ସଂଶୋଧନ ବିଲକୁ ନେଇ ଗୌହାଟିରେ ଉତ୍ତେଜନା, କର୍ଫ୍ୟୁ ଅମାନ୍ୟ ପରେ ସେନାର ଫ୍ଲାଗ୍‌ ମାର୍ଚ ଜାରି

ଗୌହାଟି,ଏଜେନ୍ସି: ନାଗରିକତା ସଂଶୋଧନ ବିଲ୍ ବିଧାନସଭାରେ ପାରିତ ହେବାପରେ ଏହାକୁ ନେଇ ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୌହାଟିରେ ମଧ୍ୟ ପ୍ରତିବାଦ ଜୋର ଧରିଥିଲା। ଏ ନେଇ ସେଠାରେ କର୍ଫ୍ୟୁ ଲାଗୁ କରାଯାଇଥିଲା। ତେବେ ଏହାକୁ ଗୌହାଟିରେ ଲୋକେ ଅମାନ୍ୟ କରିଛନ୍ତି। ଫଳରେ ସମଗ୍ର ଆସାମରେ ଉତ୍ତେଜନା ଦେଖାଯାଇଛି। ଏ ନେଇ ସେନାବହିନୀ ତରଫରୁ ଗୌହାଟି ସହରରେ ଫ୍ଲାଗ୍‌ ମାର୍ଚ ହେଉଛି।

ପୂର୍ବୋତ୍ତର ରାଜ୍ୟରେ ନାଗରିକତା ସଂଶୋଧନ ବିଲକୁ ବିରୋଧ ହୋଇଛି। ଆନ୍ଦୋଳନ ହଂସାତ୍ମକ ରୂପ ନେବାରୁ ଗୌହାଟିରେ କର୍ଫ୍ୟୁ ଜାରି ହୋଇଛି। ଆନ୍ଦୋଳନକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ ପୁଲିସ ପ୍ରୟୋଗ କରିଥିବା ଜଣାପଡ଼ିଛି। ଆସାମ ଓ ତ୍ରିପୁରାରେ ସେନା ମୁତୟନ କରାଯାଇଥିବା ବେଳେ ୧୨ ଓ ୧୩ ତାରିଖ ପାଇଁ ୧୦ଟି ଟ୍ରେନ ବାତିଲ ହୋଇଛି। ଏହାସହ ଉକ୍ତ ହିଂସା ଘଟଣାକୁ କେନ୍ଦ୍ର କରି କାରଣରୁ ୩୦ ରୁ ଅଧିକ ବିମାନ ଉଡ଼ାଣ ବାତିଲ ହେବା ସହ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ବୋଲି ଗୁରୁବାର ଜଣାପଡ଼ିଛି।

ଆସାମରେ ୧୦ଟି ଜିଲାରେ ବୁଧବାର ଠାରୁ ଇଣ୍ଟରନେଟ୍‍ ଓ ମୋବାଇଲ ସେବା ମଧ୍ୟ ବନ୍ଦ ରହିଛି ବୋଲି ସୂଚନା ମିଳିଛି। ସେହିପରି ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ଅଲ୍‌ ଆସାମ୍‌ ଷ୍ଟୁଡେଣ୍ଟ୍‌ସ୍‌ ୟୁନିୟନ ଗୌହାଟିରେ ପ୍ରତିବାଦ ଡାକରା ଦେଇଛି। ରାସ୍ତାକୁ ଆସି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାକୁ କୃଷକ ମୁକ୍ତି ସଂଗ୍ରାମ ସମିତି ମଧ୍ୟ ଲୋକମାନଙ୍କୁ ନିବେଦନ କରିଛି।