ଟୋଲ ଗେଟ ଉଚ୍ଛେଦ ଦାବିରେ ୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ

ବ୍ରଜରାଜନଗର,ଏନ୍ଏନ୍ଏସ୍: ଗାନ୍ଧୀ ଛକ ନିକଟରେ ଥିବା ଟୋଲ ଗେଟ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଶୁକ୍ରବାର ସ୍ଥାନୀୟ ଜନସାଧାରଣ ପକ୍ଷରୁ ୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ ପାଳନ କରାଯାଇଛି। ଫଳରେ ବ୍ରଜରାଜନଗର ଅଞ୍ଚଳର ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ଆଦି ବନ୍ଦ ରହିଛି। ଏହି ପରିିପ୍ରେକ୍ଷୀରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି।

୪୯ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଳଚଳ ସ୍ୱାଭାବିକ ରହିଛି। ସୂଚନା ଅନୁଯାୟୀ, ୪୯ନଂ ଜାତୀୟ ରାଜପଥର ଗାନ୍ଧୀ ଛକରେ ଥିବା ଟୋଲ ଗେଟ କାର୍ୟ୍ୟକ୍ଷମ ନେଇ ଗୁରୁବାର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଜିଲା ପ୍ରଶାସନ, ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ବସିଥିବା ବୈଠକରେ ସ୍ଥାନୀୟ ଜନ ସାଧାରଣ ଟୋଲ ଗେଟକୁ ଉଚ୍ଛେଦ ନେଇ ଦାବି କରିଥିଲେ।

ବୈଠକରେ ଟୋଲ ଗେଟ ସମସ୍ୟା ସମାଧାନ ହୋଇ ନଥିବାରୁ ଲୋକେ ବୈଠକକୁ ଅଧାରୁ ବର୍ଜନ କରିଥିଲେ। ପରେ ଆଜି ୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।