ଲାଠିକଟା ଜଙ୍ଗଲରୁ ବିପୁଳ ପରିମାଣର ବିଷ୍ଫୋଟକ ଜବତ

ରାଉରକେଲା,ଏନ୍ଏନ୍ଏସ୍: ରାଉରକେଲାର ସିଆରପିଏଫ୍ ଜବାନ ଓ ଚାନ୍ଦିପୋଷ ପୁଲିସର ମିଳିତ ଅପରେଶନରେ ଲାଠିକଟା ଜଙ୍ଗଲରୁ ବିପୁଳ ପରିମାଣର ବିଷ୍ଫୋଟକ ସହ ଡିଟୋନେଟର ଜବତ କରାଯାଇଛି। ତେବେ ସିଆରପିଏଫ ଜବାନଙ୍କୁ ଟାର୍ଗେଟ କରି ଏହି ବିଷ୍ଫୋଟକ ରଖାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ନକ୍ସଲ ନେତା ଅନମୋଲ ତଥା ସମର ଜିର ଅପହରଣ ହେବାପରେ ଅଞ୍ଚଳରେ ନକ୍ସଲଙ୍କ ପ୍ରାଦୃର୍ଭାବ ବଢ଼ିଯାଇଛି। ଏ ନେଇ ଚମ୍ପାଝରଣ, ବେଟି ଝରଣ ରିଜର୍ଭ ଫରେଷ୍ଟ, ଗେଟି ଝରଣ ତଥା ଲାଠିକଟା ଥାନା ଅନ୍ତର୍ଗତ ଗାଁ’ମାନଙ୍କରେ ସେମାନଙ୍କର ଗତିବଧି ବଢ଼ିଥିବା ଦେଖିବାକୁ ମିଳିଛି। ଗୁପ୍ତ ସୂଚନା ଅନୁସାରେ ସିଆରପିଏଫର ୧୯ନଂ ବାଟାଲିୟନ ଓ ଚାନ୍ଦିପୋଷ ପୁଲିସର ମିଳିତ ଅପରେଶନ ଆରମ୍ଭ ହୋଇଥିଲା। କମାଣ୍ଡେଣ୍ଟ ରାଜେଶ କୁମାର ଏବଂ ରାଉରକେଲା ଏସ୍ପି କେ. ଶିବା ସୁବ୍ରମଣିଙ୍କ ନେତୃତ୍ୱରେ ଗତ ୧୧ତାରିଖରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ଲାଠିକଟା ଥାନା କ୍ଷେତ୍ର ଦକ୍ଷିଣ ଚିଋବେଡା ଜଙ୍ଗଲରେ ଲ୍ୟାଣ୍ଡ ମାଇନ୍ସ ବିଛା ଜାଇ ଥିବା ଜଣାପଡ଼ିଥିଲା। ପୁଲିସ ଏହାକୁ ଖୋଜି ବାହାର କରିବା ପରେ ସେଠାରୁ ଏକ ପଲିଥିନ ପ୍ୟାକେଟରେ ଏକ କେଜି ବିଷ୍ଫୋଟକ, ୪୦ମିଟର ତାର, ଜାପାନ ନିର୍ମିତ ଇଣ୍ଟରସେପ୍ଟର ସେଟ, ପାଞ୍ଚଟି ଡିଟୋନେଟର ସହ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛି। ଏଥିସହ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।