ସିବିଏସଇ ନ୍ୟାସନାଲ ସ୍ୱିମିଂ : ଓଡ଼ିଶାର ପ୍ରତ୍ୟାଶାଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଓଡ଼ିଶାର ଏକମାତ୍ର ଜାତୀୟସ୍ତରର ସ୍ୱିମର ପ୍ରତ୍ୟାଶା ରାୟ ତାଙ୍କ କ୍ୟାରିୟରରେ ସଫଳତାର ଆଉ ଏକ ସୋପାନ ଯୋଡ଼ିଦେଇଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଚାଲିଥିବା ସିବିଏସଇ ନ୍ୟାସନାଲ ସ୍ୱିମିଂ ଚାମ୍ପିଅନଶିପରେ ପ୍ରତ୍ୟାଶା ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ବୁଧବାର ଅନୁଷ୍ଠିତ ୫୦ ମିଟର ବଟରଫ୍ଲାଇ ଇଭେଣ୍ଟକୁ ସେ ୩୧.୨୮ ସେକେଣ୍ଡରେ ଅତିକ୍ରମ କରି ପ୍ରଥମସ୍ଥାନ ଅଧିକାର କରିଥିଲେ। ଏହା ପରେ ସେ ଅନ୍ୟ ଇଭେଣ୍ଟରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ତାଙ୍କର ପଦକ ଜିତିବା ଆଶା ମଧ୍ୟ ରହିଛି।