କର୍ଣ୍ଣାଟକର ୧୭ ଅଯୋଗ୍ୟ ବିଧାୟକଙ୍କୁ ସୁପ୍ରିମକୋର୍ଟର ଆସ୍ୱସ୍ତି

କର୍ଣ୍ଣାଟକ,ଏଜେନ୍ସି: ସୁପ୍ରିମକୋର୍ଟରେ ବୁଧବାର କର୍ଣ୍ଣାଟକ ସ୍ପିକରଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକଙ୍କୁ କିଛିମାତ୍ରାରେ ଆସ୍ୱସ୍ତି ଦିଆଯାଇଛି। ସୁପ୍ରିମକୋର୍ଟର ସୂଚନା ଅନୁସାରେ ସ୍ପିକରଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହୋଇଥିବା ୧୭ ଜଣ ବିଧାୟକଙ୍କୁ ସୁପ୍ରିମକୋର୍ଟ ମଧ୍ୟ ସମର୍ଥନ କରିଛି।

ତେବେ କଂଗ୍ରେସ ଓ ଜେଡିଏସର ୧୭ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିବା ବେଳେ ସୁପ୍ରିମକୋର୍ଟ ପକ୍ଷରୁ ସେମାନଙ୍କୁ କିଛି ଆସ୍ୱସ୍ତି କରାଯାଇଛି। ଯେଉଁଥିରେ ସେମାନେ ପୁନର୍ବାର ନିର୍ବାଚନ ଲଢ଼ିପାରିବେ।

ସୂଚନା ଅନୁସାରେ କର୍ଣ୍ଣାଟକରେ ଆସନ୍ତା ୫ ଡିସେମ୍ବରରେ ୧୫ଟି ବିଧାନସଭା ପାଇଁ ଭୋଟ ହେବ। ତେବେ ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକ ମାନେ ଏହି ନିର୍ବାଚନରେ ଭାଗ ନେଇପାରିବେ ବୋଲି ସୁପ୍ରିମକୋର୍ଟ ସୂଚନା ଦେଇଛି। କର୍ଣ୍ଣାଟକରେ ସରକାରଙ୍କ ପୁଲଆଉଟ ସମୟରେ କଂଗ୍ରେସର ୧୪ଜଣ ଓ ଜେଡିଏସର ୩ଜଣ ବିଧାୟକ ଇସ୍ତଫା ଦେଇଥିଲେ। ଏ ନେଇ ସ୍ପିକର ରମେଶ କୁମାର ଉକ୍ତ ୧୭ଜଣବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ।