ଆସିଲାନି ଆମ୍ବୁଲାନ୍ସ : ମା’ କାଖେଇକି ନେଇ ଝିଅକୁ ଗଲା ୫ କିଲୋମିଟର

ରାୟଗଡ଼ା, ଏନ୍ଏନ୍ଏସ୍ : ଦିଗହରା ହୋଇଯାଇଛି ରାୟଗଡ଼ା ଜିଲ୍ଲାର ଅପହଚଂ ଇଲାକାରେ ଯୋଜନା ଗୁଡ଼ିକ । ବ୍ୟବସ୍ଥା ରହିଛି କିନ୍ତୁ କାର୍ଯ୍ୟକାରିତା ହୋଇପାରୁନି । ସବୁବେଳେ ଗଣମାଧ୍ୟମର ପୃଷ୍ଠା ମଣ୍ଡନ ପରେ ମଧ୍ୟ ନା ଚେତୁଛନ୍ତି ସରକାର ନା ଜିଲ୍ଲାପ୍ରଶାସନ । ଫଳରେ ଘଟଣା ପରେ ଘଟଣା ଘଟୁଛି ଏବଂ ଘଟଣା ଗୁଡ଼ିକର ପୁନରାବୃତି ମଧ୍ୟ ହେଉଛି ହେଲେ କାହାର ନିଘାନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ । ଜଣେ ୧୩ ବର୍ଷିୟ ବଢ଼ିଲା ଝିଅକୁ କାଖେଇ ଦିର୍ଘ ୫ କିଲୋମିଟର ଚାଲିଚାଲି ଡ଼ାକ୍ତରଖାନା ଆଣିବା ଘଟଣା ପୁଣି ପଦାରେ ପକାଇଛି ସ୍ୱାସ୍ଥ୍ୟ ବିଭାଗର ପାରିଲା ପଣିଆକୁ ।

ସୂଚନା ଅନୁଯାୟୀ, କଲ୍ୟାଣସିଂହପୁର ବ୍ଲକ ନିୟମଗିରିରେ ଥିବା ପାରସାଲି ପଚାଂୟତର ପାଂକେରି ଗାଁର ୧୩ ବର୍ଷିୟ ବାଳିକା ଅଟକା ଲାକି । ସେ ତାର ସାଙ୍ଗମାନଙ୍କ ସହିତ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲା । ତେବେ ଗଛରେ ଚଢ଼ି କାଠ ହାଣିବା ସମୟରେ ତଳେ ଗଳିପଡ଼ିଥିଲା । ଫଳରେ ତାର ଡ଼ାହାଣ ଗୋଡ଼ରେ ଗଛର ଖୁଟଂ ଗଳି ଯାଇଥିଲା । ଖବର ପାଇ ପରିବାର ଲୋକେ ଜଙ୍ଗଲରୁ ଗାଁ’ ଲୋକଙ୍କ ସହାୟତାରେ ଲାକିକୁ ଉଦ୍ଧାର କରି ଘରକୁ ଆଣିଥିଲେ । ସେଠାରୁ ଆମ୍ବୁଲାନସକୁ ଯୋଗାଯୋଗ କରିଥିଲେ ସୁଧା ଆମ୍ବୁଲାନସ ଆସିନଥିଲା । ଫଳରେ କୈଣସି ଉପାୟ ନପାଇ ମା’ ଅଟକା ଡ୍ରାମ୍ବେ ଝିଅକୁ ଫାକେରି ଗାଁ’ରୁ ୪ କିଲୋମିଟର କାଖେଇ ପାରସାଲିକୁ ଆଣିଥିଲେ ସେଠାରୁ ଏକ ଗାଡ଼ିରେ ବଡ଼ଦ୍ୱାର ସାହିର କଲ୍ୟାଣି ନଦୀ କୁଳପର୍ଯ୍ୟନ୍ତ ଆସି, ନଈ ପାର ହୋଇ ପୁଣି ଗୋଟିଏ କିଲୋମିଟର କାଖେଇ କଲ୍ୟାଣସିଂହପୁର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।

ସେଠାରେ ଡ଼ାକ୍ତର ତାଙ୍କୁ ଚିକିତ୍ସା କରିବା ସହ ଗୋଡ଼ଟିକୁ ଡ୍ରେସିଙ୍ଗ କରି ଛାଡ଼ି ଦେଇଥିଲେ । ହେଲେ ଫେରିବା ବେଳେ ମଧ୍ୟ ଗାଡି଼ ଖଣ୍ଡିଏ ବ୍ୟବସ୍ଥା କରାଯାଇ ନଥିଲା । ପୁଣି ସେହି ଭଳି ବଢ଼ିଲା ଝିଅକୁ କାଖେଇ ୫ କିଲୋମିଟର ଘରକୁ ଫେରିଛି ମା’ ଡ୍ରାମ୍ବେ । ତେବେ ଏଠି ପ୍ରଶ୍ନ ଉଠୁଛି କୁଆଡ଼େ ଗଲା ଜିଲ୍ଲା ପ୍ରଶାସନର ଡ଼ଙ୍ଗରିରିଆ ଅଚଂଳରେ ସ୍ୱତନ୍ତ୍ର ଯୋଜନାର ବ୍ୟବସ୍ଥା । ଗତ ଦିନରେ କଲ୍ୟାଣସିଂହପୁର ବ୍ଲକର ଦୁର୍ଗମ ଅଚଂଳ ବିଶେଷ କରି ନିୟମଗିରିରେ ବସବାସ କରୁଥିବା ଆଦିମ ଜନ ଜାତି ଡ଼ଙ୍ଗରିଆ କନ୍ଧଙ୍କ ସ୍ୱାସ୍ଥ୍ୟସେବାକୁ ଦୃଷ୍ଟିରେ ରଖି ଅଧିକା ଗୋଟିଏ ଆମ୍ବୁଲାନସ ସହିତ ଆମଗାଁ ଡ଼ୋଲି ଏବଂ ଯେଉଁ ଅଚଂଳକୁ ଚାରିଚକିଆ ଯାନ ଯାଇପାରିବ ନାହଁ ସେସବୁ ଅଚଂଳ ପାଇଁ ବାଇକ ଆମ୍ବୁଲାନସ ଟିଏ ଯୋଗାଇ ଦିଆଯାଇଛି । ତା’ ସତ୍ୱେ ମଧ୍ୟ ସ୍ଥିତି ଯଥା ପୁର୍ବମ୍ ତଥା ପରମରେ ରହିଯାଇଛି ।