ଅଙ୍ଗନବାଡ଼ି କେନ୍ଦ୍ରକୁ ଜାଳି ଦେଲେ ଦୁର୍ବୃତ୍ତ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ଧୂବଶୀଳ ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ଥିବା ଏକ ଅଙ୍ଗନବାଡ଼ି କେନ୍ଦ୍ରରେ କିଛି ଦୁର୍ବୃତ୍ତ ଗତକାଲି ରାତ୍ରିରେ ନିଆଁ ଲଗାଇଦେଇଥିବା ଜଣାଯାଇଛି।

ଏଥିରେ ଅଙ୍ଗନବାଡ଼ି କେନ୍ଦ୍ରଟି ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡରେ କୈଣସି ଜୀବନ ହାନି ହୋଇନଥିବାବେଳେ କ୍ଷୟକ୍ଷତିର ସୂଚନା ମିଳିନାହିିଁ। ଅପରପକ୍ଷରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଦୁର୍ବୃତ୍ତମାନେ ଫେରାର ଥିବାବେଳେ ପୁଲିସ ଖୋଜାଖୋଜି ଆରମ୍ଭ କରିଛି।