ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବୀରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ପକାଇଲେ ମହିଳା

ଦେବଗଡ,ଏନଏନଏସ : ରାଜ୍ୟରେ ନିରନ୍ତର ସ୍ୱାସ୍ଥ୍ୟ ସେବା ପ୍ରତ୍ୟେକ ଜନସାଧାରଣ ଙ୍କୁ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯେ୍ଧକ୍ସନା ପ୍ରସ୍ତୁତ କରୁଥିବା ବେଳେ ସରକାର ଙ୍କ ଏହି ଯୋଜନା ବାସ୍ତବତା ଠାରୁ ବହୁ ଦୁରରେ ରହିଯାଉଥିବା ଦେଖିବାକୁ ମିଳୁଛି।ଫଳରେ ଜନସାଧାରଣ ସ୍ୱାସ୍ଥ୍ୟ ସେବା ପାଇଁ ନେତା ଙ୍କ ଠାରୁ ପ୍ରଶାସନିକ ଅଧିକାରୀ ଙ୍କ ଦ୍ୱାରସ୍ଥ ହେଉଥିଲେ ମଧ୍ୟ କୈାଣସି ସୁଫଳ ନ ପାଇଁ ବାଧ୍ୟ ହୋଇ ଚିକିତ୍ସାଳୟରେ ତାଲା ପକାଇବା ଭଳି ଘଟଣା ଦେଖିବାକୁ ମିଳିଛି ବାରକୋଟ ବ୍ଲକ ଅନ୍ତର୍ଗତ କଣ୍ଟାପାଲି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ।

କଣ୍ଟାପାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଙ୍କ ସମେତ ମୋଟ ୭ଜଣ କର୍ମଚାରୀ ଙ୍କ ସ୍ଥାନରେ କିଛି ବର୍ଷ ଠାରୁ ୩ ଜଣ କର୍ମଚାରୀ ନିଯୁକ୍ତ ଥିବାରୁ ଡାକ୍ତରଖାନ ପରିଚାଳନାରେ ଘର ଅବ୍ୟବସ୍ଥା ଦେଖା ଦେଇଛି।ସେହିପରି ପୂର୍ବରୁ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଡାକ୍ତର ଙ୍କୁ ଅନ୍ୟତ୍ର ବଦଳି କରାଯିବା ପରେ ତାଙ୍କ ସ୍ଥାନରେ ନିଯୁକ୍ତ ଡାକ୍ତର ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଫଳରେ ଉକ୍ତ ଅଚଂଳର ଜନସାଧାରଣ ଜରୁରୀ ସ୍ୱାସ୍ଥ୍ୟ ସେବାରୁ ବଚିଂତ ରହୁଥିବା ଜଣା ପଡିଛି।

ଅଚଂଳର ଅବ୍ୟବସ୍ଥିତ ସ୍ୱାସ୍ଥ୍ୟ ସେବା କୁ ଠିକ କରିବା ପାଇଁ ଅଚଂଳ ବାସୀ ବିଧାୟକ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ କୈାଣସି ସୁଫଳ ନ ପାଇବାରୁ ଆଜି ପୂର୍ବାହ୍ନରେ ଅଚଂଳର ଏକାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଏକତ୍ରୀତ ହୋଇ କଣ୍ଟାପାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ପକାଇବା ସହ ମୁଖ୍ୟ ଦ୍ୱାର ସମ୍ମୁଖରେ ବସି ରହି ଚିକିତ୍ସା କେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଦାବୀ କରିଥିଲେ।ସୂଚନା ପାଇ ପାଇ ବାରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବାବୁ ସିଂ ସେଠାରେ ପହଚିଂ ଉତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିଥିଲେ।

ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମବାସୀ ଙ୍କ ପକ୍ଷରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ବାରକୋଟ ବ୍ଲକ ଅନ୍ତର୍ଗତ କଣ୍ଟାପାଲି ପ୍ରାଥମିକ ଚିକିତ୍ସା କେନ୍ଦ୍ର ସ୍ଥାପନ ହେବା ପର ଠାରୁ ଏହି ଚିକିତ୍ସା କେନ୍ଦ୍ର ଉପରେ କଣ୍ଟାପାଲି ସମେତ ରମ୍ଭେଇ ,ଦନ୍ତାରୀବାହାଲ ଓ ଝରା ଗୋଗୁଆ ପଚାଂୟତର ବିଭିନ୍ନ ଗ୍ରାମର ଜନ ସାଧାରଣ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରିଥାନ୍ତି। ମାତ୍ର ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ଏହି ଚିକିତ୍ସା କେନ୍ଦ୍ର ଟି ଅବହେଳିତ ହୋଇ ପଡିରହିଛି।ଏ ଚିକିତ୍ସା କେନ୍ଦ୍ରରେ ଦୀର୍ଘ ଦିନ ଧରି ଡାକ୍ତର , ଫାର୍ମାଶିଷ୍ଟ ଓ ଏଏନଏମ ଭଳି ପଦବୀ ଖାଲି ପଡି ରହିଥିବା ବେଳେ ସୁଇପର ଭଳି ପଦବୀ ଖାଲି ରହିଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଫେଇ କାର୍ଯ୍ୟରେ ମଧ୍ୟ ଗୁରୁତର ସମସ୍ୟା ଦେଖା ଦେଇଛି।