ବନ୍ଧୁକ ମୁନରେ ଘରୁ ଲୁଟିଲେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଟାଉନ ଥାନା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଷ୍ଟାଫ କଲୋନୀ ର ସୁକାନ୍ତ ମିଶ୍ର ଙ୍କ ଘରେ ୫ ଜଣ ଦୁର୍ବୁତ୍ତ ନିଜକୁ ମାଓବାଦି କହି ପରିବାରର ସମସ୍ତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସେମାନଙ୍କ ହାତଗୋଡ ବାନ୍ଧି ସମସ୍ତ ଙ୍କୁ ଖଟରେ ବସାଇ ଦେଇଥିଲେ । ତା ପରେ ଡକାୟତମାନେ ଆଲମିରା ଚାବି . ନେଇ ଆଲମିରା ରେ ଥିବା ୫ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଗହଣା ଓ ଲକ୍ଷାଧିକ ଟଙ୍କା ଲୁଟି ନେବା ସହ ଘରଲୋକ ପିନ୍ଧିଥିବା ଗହଣା ମଧ୍ୟ ନେଇ ଚାଲି ଯାଇଥିଲେ । ଦୁର୍ବୁତ୍ତ ଗଲା ପରେ ଘର ଲୋକ ଡାକ୍ତରଖାନା ପରିସରରେ ଥିବା ଫାଣ୍ଡି ରେ ଖବର ଦେଇଥିଲେ । ତା ପରେ ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏସ ପି ମିଆଭାନୁ ମହାପାତ୍ର ନିଜେ ଉପସ୍ଥିତ ରହି ତଦନ୍ତ କରୁଛନ୍ତି ।