ମାତିଲେ ବନ୍ୟଜନ୍ତୁ: ପୃଥକ୍ ସ୍ଥାନରେ ହାତୀ ଓ ଭାଲୁ ଆକ୍ରମଣ, ୩ ଗୁରୁତର

ଦେବଗଡ,ଏନଏନଏସ : ଦେବଗଡ ଜିଲ୍ଲାର ୨ ପୃଥକ ସ୍ଥାନରେ ବନ୍ୟଜନ୍ତୁଙ୍କ ଆକ୍ରମଣରେ ୩ଜଣ ଗୁରୁତର ହୋଇଛନ୍ତି। ରିଆମାଳ ଥାନା ଅନ୍ତର୍ଗତ କଦଳୀ ମୁଣ୍ଡା ଗ୍ରାମ ନିକଟରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ନୂଆଁ ଡିହି ଜଙ୍ଗଲ ଅଂଚଳରୁ ଏକ ହାତୀ ପଲ କୁ ବନ କର୍ମଚାରୀ ଙ୍କ ସହ ମିଶି ମହାସିନ୍ଧୁ ଗ୍ରାମବାସୀ ମାନେ ଘଉଡାଉ ଥିବା ବେଳେ କଦଳୀ ମୁଣ୍ଡା ଗ୍ରାମ ନିକଟରେ ହାତୀର ପାଲଟା ଆକ୍ରମଣରେ ମହାସିନ୍ଧୁ ଗ୍ରାମ ର କ୍ଷୀର କିସାନ (୪୫)ନାମକ ଜଣେ ଯୁବକ ଗୁରୁତର ହୋଇ ଥିଲେ।

ଏହା ଦେଖି ସାଙ୍ଗରେ ଥିବା ଅନ୍ୟ ଗ୍ରାମବାସୀ ଓ ବନ କର୍ମଚାରୀ ମାନେ କ୍ଷୀର ଙ୍କୁ ଉଦ୍ଧାର କରି ଛତାବର ଡାକ୍ତରଖାନାରେ ଭତ୍ତ୍ରୀ କରିଥିଲେ। ତେବେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଦେଇଜ୍ଞଙ୍ଗ ଜିଲ୍ଲ।ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରୀତ କରାଯାଇଛି।ହାତୀ ଆତ୍କମଣରେ କ୍ଷୀର ଙ୍କ ବେକ ,ଛାତି ଓ ଜଙ୍ଘରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି।

ସେହିପରି ଦେବଗଡ ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମର ୨ ଜଣ ଯୁବକ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଜଣା ପଡିଛି।ମିଳିଥିବା ଶୁଚନା ଅନୁଯାୟି ରଙ୍ଗମାଟିଆ ଗ୍ରାମର ସୁରେଶ କିସାନ (୪୫) ଓ ନବ ଦୀପ (୩୫) ଆଜି ସକାଳେ ଗ୍ରାମ ନିକଟସ୍ଥ ମଇଁଷି ଗୋଠ ପାହାଡ କୁ ସିଆରି ପତ୍ର ତୋଳିବା ପାଇଁ ଯାଇଥିବା ସମୟରେ ଭାଲୁ ଆକ୍ରମଣରେ ଆହତ ହୋଇ ସେହିଠାରେ ପଡି ରହିଥିଲେ।

ଦୀର୍ଘ ସମୟ ସେମାନେ ଘରକୁ ନ ଫେରିବାରୁ ପରିବାର ଲୋକେ ଗ୍ରାମବାସୀ ଙ୍କ ସହ ଖୋଜିବାକୁ ଉକ୍ତ ପାହାଡ କୁ ଯାଇଥିବା ବେଳେ ସେଠାରେ ସୁରେଶ ଓ ନବ କୁ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ସେମାନଙ୍କୁ ଉଦ୍ଧାର କରି ଘରକୁ ଆଣିବା ପରେ ଆଜି ସଂନ୍ଧ୍ୟାରେ ଚିକିତ୍ସା ନିମନ୍ତେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିବା ଜଣା ପଡିଛି।