ଭାରତ ଉପରେ ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନର ପ୍ରସ୍ତୁତି

ନୂଆଦିଲ୍ଲୀ,ଏଜେନ୍ସି: ଶୀତ ଅଧିବେଶନରେ ଭାରତ ଉପରେ ଲସ୍କର ଏ ତୋଏବା ଓ ଜୈଶ ଏ ମହମ୍ମଦ ଯୋଜନା କରୁଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ଗୁଇନ୍ଦା ବିଭାଗର ତଥ୍ୟ ଅନୁସାରେ ଦୁଇ ଆତଙ୍କବାଦ ସଂଗଠନ ନିଜର କ୍ୟାଡରକୁ ଭାରତ ଭିତରକୁ ପ୍ରବେଶ କରାଇ ବଡ଼ ଧରଣର ଆକ୍ରମଣ ଯୋଜନା କରୁଛି।

ଜାମ୍ମୁ କାଶ୍ମୀରରେ ସ୍ୱାଭାବିକ ପରସ୍ଥିତି ସୃଷ୍ଟ ହେବାପରେ ପ୍ରତିବନ୍ଧକ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଯୋଜନା ହେଉଥିବା କୁହାଯାଇଛି। ତେବେ ଦେଶ ଭିତରେ ଆତ୍ମଘାତୀ ଆକ୍ରମଣ ହେଉଥିବା ଗୁଇନ୍ଦା ସୂଚନା ଦେଇଛି।