ନୂଆଦିଲ୍ଲୀ,ଏଜେନ୍ସ: ଦେଶରୁ ୩୭୦ଧାରା ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀର ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳଭାବେ ବିଭକ୍ତ ହୋଇଛି। ଏ ନେଇ ରବିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ରାଜନୈତିକ ମାନଚିତ୍ର ଜାରି କରାଯାଇଛି। ଏଥିରେ ଜାମ୍ମୁ କାଶ୍ମୀର ଓ ଲଦାଖର ସୀମାକୁ ଦର୍ଶାଯାଇଛି। ଏହି ପରିପ୍ରେକ୍ଷୀରେ ୨କେନ୍ଦ୍ରଶାସିତ ଅଞ୍ଚଳକୁ ଭିନ୍ନ ଭିନ୍ନ ରଙ୍ଗରେ ଚିହ୍ନଟ କରାଯାଇଛି।
