କ୍ଷିଣ କାଲିଫର୍ଣ୍ଣିଆରେ ନିଆଁର ତାଣ୍ଡବ :ପୋଡ଼ିଗଲା ରିଗନ୍ ଲାଇବ୍ରେରୀ, ମ୍ୟୁଜିୟମ

ପୁରାତନ ଗ୍ରୀକ୍ କଳାକୃତି ପାଉଁଶ ,ବିରଳ ହାତଲେଖା ପୋଥି ନଷ୍ଟ

ସିମି ଭ୍ୟାଲି, ଏଜେନ୍ସି : ଦକ୍ଷିଣ କାଲିଫର୍ଣ୍ଣିଆ ବନାଞ୍ଚଳ ନିଆଁକୁ ଶକ୍ତିଶାଳୀ ତୋଫାନ ଉଡ଼ାଇନେବା ଫଳରେ ଲସ୍ ଏଞ୍ଜଲସସ୍ଥିତ ରୋନାଲ୍ଡ ରିଗନ ପ୍ରେସିଡେନ୍ସିଆଲ ଲାଇବ୍ରେରୀ ସମେତ ହଜାର ହଜାର ବାସଘର କ୍ଷତିଗ୍ରସ୍ତ ହୋଇଛି। ବୁଧବାର ସକାଳେ ସିମି ଭ୍ୟାଲି ଅନ୍ତର୍ଗତ ରିଗନ ଲାଇବ୍ରେରୀ ଓ ପ୍ରାୟ ୭୦୦୦ ଘର ଜଳୁଥିବାର ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ôଚଥିଲା। ପ୍ରାୟ ୧୩୦୦ ଏକର ପରିମିତ ଆବାସିକ ଅଞ୍ଚଳକୁ ନିଆଁ ଗ୍ରାସ କରିଥିଲା। ଆକାଶରୁ ଅଗ୍ନିବର୍ଷା ହେଉଥିବାର ଦେଖି ପ୍ରାୟ ୨୬ ହଜାର ଲୋକ ଘରଛାଡ଼ି ନିରାପଦ ସ୍ଥାନକୁ ଧାଇଁଥିଲେ।

ଠିକ୍ ସେହି ସମୟରେ ରିଗନ ଲାଇବ୍ରେରୀଠାରୁ ପ୍ରାୟ ୪୫ କିଲୋମିଟର ଦୂର ଗେଟ୍ଟି ସେଣ୍ଟର ମ୍ୟୁଜିୟମ ଓ ତା’ର ଆଖପାଖ ଅଞ୍ଚଳକୁ ନିଆଁ ଗ୍ରାସ କରିଥିଲା। ମ୍ୟୁଜିୟମରେ ସଂରକ୍ଷିତ ପ୍ରତିଷ୍ଠିତ ଚିତ୍ରକର, ଶିଳ୍ପୀଙ୍କ ଅନବଦ୍ୟ କୃତିଗୁଡ଼ିକ ପୋଡ଼ିଯାଇଛି। ପୁରାତନ ଗ୍ରୀକ କଳାକୃତି ଓ ଦୁର୍ମୂଲ୍ୟ ହାତଲେଖା ନଥିପତ୍ର ପାଉଁଶ ହୋଇଯାଇଛି। ସମଗ୍ର ଦକ୍ଷିଣ କାଲିଫର୍ଣ୍ଣିଆରେ ତୋଫାନ ‘ସାଣ୍ଟା ଆନା’ର ତାଣ୍ଡବ ଦେଖିବାକୁ ମିଳିଛି। ଦକ୍ଷିଣ କାଲିଫର୍ଣ୍ଣିଆ ବାୟୁମଣ୍ଡଳକୁ କଳାଧୂଆଁ ଓ ପାଉଁଶ ଆଚ୍ଛନ୍ନ କରିରଖିଛି। ପବନର ଗତି ପ୍ରାୟ ଘଣ୍ଟାକୁ ୧୦୫ କିଲୋମିଟର ଥିଲା ବୋଲି ଭେଣ୍ଟୁରା କାଉଣ୍ଟି ଅଗ୍ନିଶମ ବିଭାଗ ଅଧିକାରୀ ଚାଡ୍ କୁକ୍ଙ୍କ ସୂତ୍ରରୁ ପ୍ରକାଶ। ଏବେସୁଦ୍ଧା କାଲିଫର୍ଣ୍ଣିଆ ନିଆଁକୁ ଆୟତ୍ତାଧୀନ କରାଯାଇନି।