Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବ୍ଲକସ୍ତରୀୟ ଚଇତି ମହୋତ୍ସବ ୨୦୨୩ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବ୍ଲକସ୍ତରୀୟ ଚଇତି ମହୋତ୍ସବ ୨୦୨୩

ଚନ୍ଦ୍ରପୁର/ବିଷମକଟକ,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକରେ ୨୦୨୩ ଚଇତି ମହୋତ୍ସବ ପର୍ବ ଆୟୋବି ବ୍ୟାଙ୍କ ପଡ଼ିଆ ପରିସରରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଇନ ମନ୍ତ୍ରୀ ଜଗନ୍ନାଥ ସରାକା, ସମ୍ମାନୀତ ଅତିଥିଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧିର କୁମାର ଦାଶ, ଜିଲ୍ଲା ଏସଡିସି ଚେୟାରମେନ୍ ଅନୁସୟା ମାଝୀ, ବିଷମକଟକ ବ୍ଲକ ଚେୟାରମେନ ଯଶୋଦା ହୁଇକା, ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ, ବିଷମକଟକ ତହସିଲଦାର କେ. ଭେଙ୍କଟରାମାଣା, ମୁନିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତମ୍ କୁମାର ତନ୍ତୀ, ଓଡ଼ିଶା ରାଜ୍ୟର ଏସି/ଏସଟି ବିଭାଗର ପୃଥ୍ୱୀରାଜ ସାହୁ, ମୁନିଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଖିନି ନୁଣ୍ଢୃକା ଓ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ ଯୋଗ ଦେଇଥିଲେ । ନିଜ ପରମ୍ପରା, କଳା ସଂସ୍କୃତି, ନୃତ୍ୟ ସଂଗୀତ ଓ ଆଦିବାସୀ ପରମ୍ପରା ପ୍ରତିଭା ବଞ୍ଚାଇ ରଖିବା ଓ ଲୋକଲୋଚନକୁ ଆଣିବା ନିମନ୍ତେ ଉପସ୍ଥିତ ଅତିଥିବୃନ୍ଦ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଖେଳକୁଦ, ସାଂସ୍କୃତିକ ସଙ୍ଗୀତ ଓ ଆଦିବାସୀ ଢେମସା ନାଚ ଆଦିରେ ଭାଗନେଇ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏଥିରେ ଅତିଥିଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମକୁ ରୀତିନୀତି ଅନୁଯାୟୀ ଧୂମଧାମରେ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହଜାରେରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ଓ ଷ୍ଟାଫ୍ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ବେହେରା, ଏଫିଓ ମାନସୀ ପାତ୍ର, ବିଆରସିସି ଜୟନ୍ତ ବିଶ୍ୱାଳ, ସିଆରସିସି ରାଜେଶ ବିଶ୍ୱାଳ, କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ମଧୁସ୍ମିତା ଦାସ ଧନ୍ୟବାଦ ଦେଇଥିଲେ ।