କର୍ଣ୍ଣାଟକ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀଏସ ୟେଦୁରପ୍ପାଙ୍କୁ Z+ ସୁରକ୍ଷା ପ୍ରଦାନ କରାଯାଇଛି । ନିକଟରେ ସେଣ୍ଟ୍ରାଲ ଇଣ୍ଟଲିଜେନ୍ସ ବ୍ୟୁରୋ(ଆଈବୀ) ତରଫରୁ ସତର୍କ ଜାରି କରାଯିବା ଯୋଗୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇଛନ୍ତି। କର୍ଣ୍ଣାଟକର ସକ୍ରିୟ କଠୋରପନ୍ଥୀଙ୍କ ସମୂହଙ୍କ ସମ୍ଭାବିତ ବିପଦକୁ ଦୃଷ୍ଟିରେ ରଖି ନିକଟରେ ଆଈବୀ ତରଫରୁ ୟେଦୁରପ୍ପାଙ୍କ ସୁରକ୍ଷା ଆକଳନ କରାଯାଇଥିଲା । ଆଈବୀ ରିପୋର୍ଟରେ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତା ଜାହିର କରାଯାଇଛି । ରିପୋର୍ଟ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟକୁ ମଧ୍ୟ ପଠାଯାଇଥିଲା ଏହା ପରେ ହିଁ ୟେଦୁରପ୍ପାଙ୍କ ସୁରକ୍ଷା ବଢ଼ାଇବାର ନିର୍ଣ୍ଣୟ ନିଆଯାଇଛି ।