Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମିଥ୍ୟା ବିଲ ପୈଠ ନେଇ ଖବର ପ୍ରସାରଣ ପରେ ସ୍ପଷ୍ଟୀକରଣ ଦେଲା ପ୍ରଶାସନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମିଥ୍ୟା ବିଲ ପୈଠ ନେଇ ଖବର ପ୍ରସାରଣ ପରେ ସ୍ପଷ୍ଟୀକରଣ ଦେଲା ପ୍ରଶାସନ

ନବରଙ୍ଗପୁର,ଏନ୍‌ଏନ୍‌ଏସ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଏକ ଡ୍ରେନ ନିର୍ମାଣରେ ପିଡବ୍ଲ୍ୟୁଡି ବିଭାଗ କାମକୁ ପୁନର୍ବାର ବ୍ଲକ ଦ୍ୱାରା ମିଥ୍ୟା ବିଲ ପୈଠ ହୋଇ ଦୁର୍ନୀତି ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଡ୍ରେନ ନିର୍ମାଣରେ ସ୍ଥାନୀୟ ଗୃହ ଓ ରାସ୍ତା ନିର୍ମାଣ ବିଭାଗ ତରଫରୁ ବିଲ ପୈଠ ହୋଇଥିବାବେଳେ ପୁଣି ସେହି କାମରେ ବ୍ଲକ ତରଫରୁ ନିର୍ମାଣ ହୋଇଥିବା ଦର୍ଶାଇ ପୁନର୍ବାର ବିଲ ପୈଠ ହେବାକୁ ନେଇ ଦର୍ଶାଯାଇଛି । ଏହାକୁ ନେଇ ଶୁକ୍ରବାର ପ୍ରଶାସନ ସ୍ପଷ୍ଟୀକରଣ ରଖିଛି । ଏନେଇ ସ୍ଥାନୀୟ ସର୍କିଟ ହାଉସରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନନ୍ଦାହାଣ୍ଡି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ ଓ ପିଡବ୍ଲ୍ୟୁଡି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର ଉପସ୍ଥିତ ରହି ସମ୍ପୃକ୍ତ କାର୍ଯ୍ୟ ବାବଦରେ ସୂଚନା ଦେଇଛନ୍ତି । ସେହି ସ୍ଥାନରେ ଡ୍ରେନ ନିର୍ମାଣ ନେଇ ନନ୍ଦାହାଣ୍ଡି ବ୍ଲକ ତରଫରୁ ମନରେଗାରେ ୪ ଲକ୍ଷ ଟଙ୍କାର ପ୍ରୋଜେକ୍ଟ ଅନୁମୋଦନ ହୋଇଥିଲା । କିନ୍ତୁ ଠିକ ସମୟରେ ପିଡବ୍ଲ୍ୟୁଡି ବିଭାଗ ତରଫରୁ ସେହି ସ୍ଥାନରେ ଡ୍ରେନ ନିର୍ମାଣ ହୋଇଥିଲା । ତେଣୁ ତତ୍କାଳୀନ ବିଡିଓ, ଜେଇ, ପିଇଓ ଓ ସ୍ଥାନୀୟ ସରପଞ୍ଚଙ୍କ ଦ୍ୱାରା ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଉନ୍ନତିମୂଳକ କାମ କରିବା ପାଇଁ ତତ୍କାଳୀନ ପିଡିଙ୍କ ଅନୁମୋଦନକ୍ରମେ ଏକ ଜିଲ୍ଲାପାଳଙ୍କ ସ୍ଥାନୀୟ ସର୍କିଟ ହାଉସ ସମ୍ମୁଖରେ କାମ କରାଯାଇଥିବା ନେଇ ବିଡିିଓ ସୂଚନା ଦେଇଛନ୍ତି । ଏନେଇ ସମ୍ପୂର୍ଣ୍ଣ ତଥ୍ୟ ଯଥାଶୀଘ୍ର ଗଣମାଧ୍ୟମକୁ ପ୍ରଦାନ କରାଯିବା ନେଇ ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ବ୍ଲକ ପ୍ରଶାସନ ଦ୍ୱାରା ମିଥ୍ୟା ବିଲ ହୋଇଥିବା ନେଇ ଖବର ପ୍ରସାରଣ ହୋଇଥିଲା ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ଶ୍ରୀ ନନ୍ଦ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ଓ ଯନ୍ତ୍ରୀ ଶ୍ରୀ କହଁର ପ୍ରମୁଖ ଉପସ୍ଥିତ ଥିଲେ ।