Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମଡେଲ ଡିଗ୍ରୀ କଲେଜରେ ଛାତ୍ରବୃତ୍ତି ସଚେତନତା ଶିବିର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମଡେଲ ଡିଗ୍ରୀ କଲେଜରେ ଛାତ୍ରବୃତ୍ତି ସଚେତନତା ଶିବିର

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲାର ଟିର୍ଲିଅମ୍ବାଗୁଡ଼ାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ବିଭିନ୍ନ ପ୍ରକାରର ଛାତ୍ରବୃତ୍ତି ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ରଞ୍ଜନ କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଛାତ୍ରବୃତ୍ତି ସମ୍ବନ୍ଧୀୟ ବିଭାଗର ଅଧିକାରୀ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା ପୋଷ୍ଟ ମ୍ୟାଟ୍ରିକ ଛାତ୍ରବୃତ୍ତି ସମ୍ପର୍କରେ ଜିଲ୍ଲା ଛାତ୍ରବୃତ୍ତି ସଂଯୋଜକ ଶିଶିର କୁମାର ପଣ୍ଡା ସବିଶେଷ ଆଲୋଚନା କରିଥିଲେ । ଜିଲ୍ଲା ଶ୍ରମ ବିଭାଗ ତରଫରୁ କେଉଁ କେଉଁ ଛାତ୍ରବୃତ୍ତି ହାସଲ କରାଯାଇ ପାରିବ ଓ ତା’ର ମାପଦଣ୍ଡ କ’ଣ ସେବିଷୟରେ ସହକାରୀ ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ ବୁଝାଇ ଥିଲେ । କୃଷି କାର୍ଯ୍ୟରେ ନିୟୋଜିତ ଅଭିଭାବକଙ୍କ ପୁଅ ଝିଅଙ୍କ ପାଇଁ ରହିଥିବା ଛାତ୍ରବୃତ୍ତି ସମ୍ପର୍କରେ ଜିଲ୍ଲା କୃଷି ବିଭାଗ ଅଧିକାରୀ ଆଲୋଚନା କରିଥିଲେ । ମହାବିଦ୍ୟାଳୟରେ ପଢୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ କିଭଳି ଛାତ୍ରବୃତ୍ତି ପାଇପାରିବେ ଓ କେଉଁ ପ୍ରମାଣ ପତ୍ରର ଆବଶ୍ୟକତା ରହିଛି ସେବିଷୟରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଏ ଧନଞ୍ଜୟ ରାଓ ଅତି ସରଳ ଭାଷାରେ ବୁଝାଇଥିଲେ । ଗୋପବନ୍ଧୁ ଛାତ୍ରବୃତ୍ତି ପାଇବା ପାଇଁ କେଉଁମାନେ ଯୋଗ୍ୟ ଓ ସେଥିପାଇଁ କ’ଣ ମାପଦଣ୍ଡ ରହିଛି ସେବିଷୟରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ବିଭାଗୀୟ ଅଧିକାରୀ ଅତି ସରଳ ଭାବେ ବୁଝାଇଥିଲେ । ମହାବିଦ୍ୟାଳୟରେ ପଢୁଥିବା ସଂଖ୍ୟାଲଘୁ ଶ୍ରେଣୀର ଛାତ୍ରଛାତ୍ରୀ, ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ଆର୍ôଥକ ପଛୁଆ ଥିବା ସାଧାରଣ ଶ୍ରେଣୀଙ୍କ ପାଇଁ ଥିବା ସରକାରୀ ପ୍ରୋତ୍ସାହନ ବିଷୟରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ବିଭାଗୀୟ ଅଧିକାରୀ ଅତି ସୁନ୍ଦର ଭାବେ ବୁଝାଇଥିଲେ । ସେହିପରି ପ୍ରଥମ ବର୍ଷରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ୟୁଜି ମେରିଟ ଛାତ୍ରବୃତ୍ତି ଓ ଓଡ଼ିଆ ସମ୍ମାନ ବିଭାଗ ପାଇଁ ଉଦ୍ଦିଷ୍ଟ ଥିବା ଫକୀରମୋହନ ଶିକ୍ଷା ସହାୟତା ସମ୍ପର୍କରେ ସହକାରୀ ପ୍ରଫେସର ଡା. ଅରବିନ୍ଦ କୁମାର ଓଝା ଆଲୋଚନା କରିଥିଲେ । ପିଲାଙ୍କ ବ୍ୟାଙ୍କ ଖାତା ସମ୍ବନ୍ଧୀୟ ସମସ୍ତ ଅସୁବିଧାକୁ ଯଥାଶୀଘ୍ର ସମାଧାନ କରାଯିବ ଏବଂ ଭବିଷ୍ୟତରେ ଯେପରି ଅସୁବିଧା ନହେବ ସେଥିପାଇଁ ଛାତ୍ରଛାତ୍ରୀ କେଉଁ ବିଷୟ ପ୍ରତି ସତର୍କ ରହିବେ ସେବିଷୟରେ ସହକାରୀ ଲିଡବ୍ୟାଙ୍କ୍ ଅଫିସର ନିଲାଞ୍ଚଲ୍ ସାହୁ ଆଲୋଚନା କରିଥିଲେ । ପିଲାଙ୍କ ବିଭିନ୍ନ ଛାତ୍ରବୃତ୍ତି ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ବିଭାଗୀୟ ଅଧିକାରୀମାନେ ଦେବାସହ ସମସ୍ତେ ଯେପରି ଛାତ୍ରବୃତ୍ତି ପାଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ଜିଭିଭି ରଞ୍ଜିତା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡା. ନୀଳକଣ୍ଠ ତ୍ରିପାଠୀ, ରାହୁଲତା କହଁର, ସୋନୁ ସାହୁ ତଥା ସମସ୍ତ ସ୍ୱେଛାସେବୀ ଓ ଛାତ୍ରଛାତ୍ରୀ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଧନ୍ୟବାଦ ଦେଇଥିଲେ ।