ଖଜୁରୀପଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ବିଜେଡି ତରଫରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଲୋକଙ୍କ ନିମନ୍ତେ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ଓ ନିଷ୍ପତ୍ତିର ବାର୍ତ୍ତା ଘରେ ଘରେ ପହଞ୍ଚିବ ସେନେଇ ଅକ୍ଟୋବର ୨ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ପଦଯାତ୍ରା ଚାଲୁ ରହିଛି । ପଦଯାତ୍ରା ସମୟରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଜିଲ୍ଲା ବିଜେଡି ଯୁବ ସଭାପତି ବିଷ୍ଣୁ ଚରଣ ମଲିକ, ଜିଲ୍ଲା ବିଜେଡି ଛାତ୍ର ସଭାପତି ସୁନିଲ୍ ସେଠୀ, ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର, ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର, ଉପାଧ୍ୟକ୍ଷ ଅମିତ ଦିଗାଲ, ବ୍ଲକ୍ ଛାତ୍ର ସଭାପତି ଦୀନବନ୍ଧୁ ଗଣ୍ଡା, ଖଜୁରୀପଡ଼ା ବ୍ଲକ୍ ବିଜେଡି ସଭାପତି ପଙ୍କଜ ମଲିକ, ଜିଲ୍ଲା ପରିଷଦ ସଭ୍ୟା ମମତା ମଲିକ, ଦଳପଡ଼ା ପଞ୍ଚାୟତ ବିଜେଡି ସଭାପତି ରବିନ୍ଦ୍ର କହଁର ଓ ଦଳପଡ଼ା ସମିତି ସଭ୍ୟ ସୁନନ୍ଦ ଯାନୀ ପ୍ରମୁଖ ଯୋଗ ଦେଇଥିଲେ ।