Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୨୦୨୪ ବିଧାନସଭା ନିର୍ବାଚନରେ ପ୍ରତିଶୋଧ ନେବ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ : ମନମୋହନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୨୦୨୪ ବିଧାନସଭା ନିର୍ବାଚନରେ ପ୍ରତିଶୋଧ ନେବ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ : ମନମୋହନ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ବଲାଙ୍ଗିର ଜିଲ୍ଲାକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ୨ ଦିନିଆ ଗସ୍ତରେ ଆସି ପ୍ରଥମ ଦିନରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ବିପୁଳ ଭାବରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଶ୍ରୀ ସାମଲ କଣ୍ଟାବାଞ୍ଜିରୁ କାର୍ଯ୍ୟକ୍ରମ ସାରି ପାଟଣାଗଡ଼ ଆସୁଥିବାବେଳେ ପାଟଣାଗଡ଼ ସୀମାରେ ବ୍ୟାପକ ଭାବେ ସ୍ୱାଗତ କରାଯାଇଥିଲା । ପରେ ବେଲପଡ଼ା ବ୍ଲକରେ ଥିବା ବାଗ ଉଡ଼ାର ଗାଁର ସହିଦ ପ୍ରତାପ ନିଆଲଙ୍କ ଘରକୁ ଯାଇ ମାଟି ଅଣା ଯାଇଥିଲା । ସ୍ଥାନୀୟ ବର୍ଥଲା ଛକରୁ ଶ୍ରୀ ସାମଲଙ୍କୁ ବିରାଟ ପଟୁଆରରେ ଏକ ବାଇକ ଶୋଭାଯାତ୍ରାରେ ନେଇ ରାଜଖମାରରେ ବିଜେପି କର୍ମୀଙ୍କୁ ନେଇ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ସଭାପତିତ୍ୱ କରିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରା ସ୍ୱାଗତ ଭାଷଣ ଦେବାସହ ମଞ୍ଚ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ସଭାପତି ମନମୋହନ ସାମଲ ସାଂସଦ ସଂଗୀତା ସିଂଦେଓ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଲୋଇସିଂହା ବିଧାୟକ ଡା. ମୁକେଶ ମହାଲିଙ୍ଗ ମଞ୍ଚାସିନ ଥିଲେ । ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ । ରାଜ୍ୟରେ ଏଥର ବିଜେପି ସରକାର କରିବାକୁ ଶ୍ରୀ ସିଂଦେଓ ଆହ୍ୱାନ ଦେଇଥିଲେ । ୨୦୦୦ ମସିହାରୁ ଯେତେ କମିଶନ ବସିଛି ତାହା କାର୍ଯ୍ୟକାରୀ ହୋଇନାହିଁ ବୋଲି ସିଏଜି ରିପୋର୍ଟ ଦେଇଛନ୍ତି । ପାଟଣାଗଡ଼ ଜନସାଧାରଣ ଆଗାମୀ ୨୦୨୪ ନିର୍ବାଚନରେ ପ୍ରତିଶୋଧ ନେବ । ଓଡ଼ିଶାରେ ଆଗାମୀ ନିର୍ବାଚନରେ ବିଜେପି ସରକାର ନିଶ୍ଚିତ ହେବ ବୋଲି ଶ୍ରୀ ସାମଲ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଶେଷରେ ପାଟଣାଗଡ଼ ନଗର ସଭାପତି ସୁଶାନ୍ତ ମହାନ୍ତି ଧନ୍ୟବାଦ ଦେଇଥିଲେ ।