Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଗୁଲୁଣ୍ଠି ବିଦ୍ୟାଳୟ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଗୁଲୁଣ୍ଠି ବିଦ୍ୟାଳୟ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ

ରାମନାଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ବରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ଗୁଲୁଣ୍ଠି ପଞ୍ଚାୟତର ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ‘ସହଭାଗୀ ରୂପେ ଅଭିଭାବକ’ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବାସୁଦେବ ତ୍ରିପାଠୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିରୂପେ ଗୁଲୁଣ୍ଠି ସରପଞ୍ଚ ମାଝୀଗୌରୀ କଣ୍ଡାଗରୀ, ପୂର୍ବତନ ସରପଞ୍ଚ ଚିନ୍ନା କଣ୍ଡାଗରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଶ୍ୱନାଥ ଶବର ଓ ଓଡ଼ିଶା ଜୀବିକା ମିଶନ ଏମ୍ବିକେ ପ୍ରଶାନ୍ତି ବିଡ଼ିକା ପ୍ରମୁଖ ମଞ୍ଚାସୀନ ଥିଲେ । ସେହିପରି ଡାଙ୍ଗୁବାଡ଼ି ବାଳିକା ସେବାଶ୍ରମ ପ୍ରଧାନଶିକ୍ଷକ ରାମ ଚନ୍ଦ୍ର ଶବର, ଗୁଲୁଣ୍ଠି ଆଶ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁରେନ୍ଦ୍ର ନାଥ କୈବର୍ତ୍ତ ଓ ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ତପସ୍ୱିନୀ ଗୌଡ଼ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଅଭିଭାବକଙ୍କୁ କାର୍ଯ୍ୟକ୍ରମ ଉଦ୍ଦେଶ୍ୟକୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ମୁଖ୍ୟଅତିଥି ସରକାରୀ ଯୋଜନା ସଂପର୍କରେ ଅଭିଭାବକଙ୍କୁ ଜଣାଇଥିଲେ । ମିଶନ ଶକ୍ତି ତରଫରୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ନିଜର ଷ୍ଟଲ କରି ତାଙ୍କ ଦ୍ୱାରା ନିର୍ମିତ ଜିନିଷଗୁଡ଼ିକ ପ୍ରଦର୍ଶନ କରିଥିଲେ । ସେହିପରି ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ସମସ୍ତ ପୃଷ୍ଟିକର ସାମଗ୍ରୀ ଷ୍ଟଲ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ନିମନ୍ତେ ଛାତ୍ରଛାତ୍ରୀ ଓ ଅବିଭାବକଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଭାଗ୍ୟଧର ପାଲାକା, ସନ୍ତୋଷ ପ୍ରଧାନ, ଯୋଗେନ୍ଦ୍ର ଶବର, ଶିକ୍ଷୟିତ୍ରୀ ସୁମନବାଳା ଭଞ୍ଜ, ଅନିତା ଶବର, ଗ ମେଟ୍ରନ ଅଞ୍ଜୁ ଖୋସଲା ପରିଚାଳନା କରିଥିବାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସିସିଏମାନେ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟ ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭାପତି ବିଶ୍ୱନାଥ ଶବର ସଭା ସାଙ୍ଗ କରିଥିଲେ । ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ତପସ୍ୱିନୀ ଗୌଡ଼ ଧନ୍ୟବାଦ ଦେଇଥିଲେ ।

ସେହିପରିି ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟ କୁଜେନ୍ଦ୍ରୀରେ ପ୍ରଧାନଶିକ୍ଷକ ଏବଂ ପାଳୁପାଇ ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ ହୋଇଥିଲା ।