ପବିତ୍ର ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଆଲୋକର ପର୍ବ ଦୀପାବଳି । ସମଗ୍ର ଦେଶରେ ଧୂମଧାମରେ ପାଳନ କରାଯାଉଛି। ରାମଚରିତ କଥା ତଥା ଅସତ୍ୟ ଉପରେ ସତ୍ୟର ବିଜୟକୁ ନେଇ  ଏହି ପର୍ବ ଅବସରରେ ଲୋକମାନେ ଧନର ଦେବୀ ମା’ ଲକ୍ଷ୍ମୀ ମା କାଳିଙ୍କୁ ମଧ୍ୟ ପୂଜା କରିଥାନ୍ତି। ପବିତ୍ର ଦୀପାବଳି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‍. ଭେଙ୍କୟାନାଇଡୁ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କୋବିନ୍ଦ ତାଙ୍କ ବାର୍ତ୍ତାରେ କହିଛନ୍ତି ଏହି ଉତ୍ସବ ନିରାଶା ଉପରେ ଆଶା, ଅସତ୍ୟ ଉପରେ ସତ୍ୟ  ଓ ଆଲୋକର ବିଜୟଗାଥା ବହନ କରିଥାଏ।

ପ୍ରେମ, କରୁଣା ଓ ଆତ୍ମୀୟତାର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅସହାୟ ଓ ଅପେକ୍ଷାକୃତ ସ୍ୱଳ୍ପ ଭାଗ୍ୟଶାଳୀ ବ୍ୟକ୍ତିମାନଙ୍କ ଜୀବନରେ ଖୁସି ଭରିଦେବାର ପ୍ରୟାସ କରିବାକୁ ରାଷ୍ଟ୍ରପତି ଜନସାଧାରଣଙ୍କୁ ଆହ୍ୱାନ କହିଛନ୍ତି। ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ଏହି ଆଲୋକର ପର୍ବ ସତ୍ୟର ଚିରନ୍ତନ ଶକ୍ତି ତଥା ପାପ ଓ ଅସତ୍ୟକୁ ପରାହତ କରିବା ପାଇଁ ଏହାର କ୍ଷମତାକୁ ଦର୍ଶାଇଥାଏ।