ନୂଆଦିଲ୍ଲୀ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ କ୍ୟାର୍ ଏବେ ସିଭିୟର ସାକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ଏହା ଉତ୍ତର ପଶ୍ଚିମ ଆଡକୁ ଗତି କରୁଛି । ଜଳ ଭାଗରେ ଏହାର ଘଣ୍ଟାପ୍ରତି ବେଗ ୧୨ କିମି ରହିଛିା ଏହା ରବିବାର ସ୍ଥଳ ବାଗ ଛୁଇଁବା ନେଇ ପାଣିପାଗ କେନ୍ଦ୍ର(ଆଇଏମଡି) ପୂର୍ବନୁମାନ କରିଛି ।
ସ୍ଥଳ ଭାଗ ଛୁଇଁବା ପରେ ପବନର ବେଗ ଘଣ୍ଟା ପ୍ରତି ୧୮୦ରୁ ୨୦୦ କିମି ରହିବ । କ୍ୟାରର ପ୍ରଭାବରେ କର୍ଣ୍ଣାଟକ ଓ ଅଖାପାଖ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ସମ୍ପୃକ୍ତ ରାଜ୍ୟର ସରକାର ଲୋକଙ୍କୁ ସ୍ଥାନାନ୍ତର କରିବା ସହ ମତ୍ସଜୀବୀ ମାନଙ୍କୁ ଉଦ୍ଧାର କରାଯାଇଛି । ରାଜ୍ୟର ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଦିଆଯାଇଛି ।
KYARR’ intensified into Super Cyclonic Storm at 0830 IST of 27th near 17.1°/67.8°E over Eastcentral Arabian Sea. This is first Super Cyclonic Storm (SUCS) over AS after SUCS GONU in 2007. It exhibited rapid intensification from 26th morning to 27th morning. pic.twitter.com/QPbISLhSzX
— India Met. Dept. (@Indiametdept) October 27, 2019
ଭାରତୀୟ ତଟରକ୍ଷୀ ବାହିନୀ ଏହାର ଉଦ୍ଧାର କାର୍ୟ୍ୟରେ ନିୟୋଜିତ ରହିଛି। ଏପର୍ୟ୍ୟନ୍ତ ୧୯ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୧୦୦ରୁ ଅଧିକ ମାଛଧରା ଡଙ୍ଗାକୁ ନିରାପଦ ଭାବେ ବିଭିନ୍ନ ବନ୍ଦରକୁ ଫେରାଇ ଅଣାଯାଇଛି। ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକର ଅଧିକାଂଶ ଅଂଚଳ ତଥା ତଟୀୟ ଏବଂ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକର ଅଳ୍ପ କେତେକ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି।