ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବ୍ଲକ ଖୁଣ୍ଟସମଲେଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦଳପାଲିକୁ ରାଜସ୍ୱ ଗ୍ରାମ୍ୟ ମାନ୍ୟତା ଦାବୀ ନେଇ ପାଟଣାଗଡ଼ ଗଡ଼ ଭିତର ଯାତ୍ରା ପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ପହଞ୍ଚି ବ୍ଲକ ସମ୍ମୁଖରେ ବିଭିନ୍ନ ନାରାବାଜି କରିଥିଲେ । ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ ଯୁଗ୍ମ ଜନଶୁଣାଣୀ ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ଗ୍ରାମ୍ୟ ସଭାପତି ରମାକାନ୍ତ ମେହେର, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ, ଜନ୍ମେଜୟ ମେହେର, ପୂର୍ବତନ ସରପଞ୍ଚ ପଦ୍ମିନୀ ମେହେର, ଜୟରାମ ମେହେର, ଶଙ୍କର ମେହେର, ପ୍ରମୋଦ ମେହେର, ପ୍ରଭାକର ଦାସ, ମୋହନ ଚନ୍ଦ୍ର ବେହେରା, କୁବେର ମେହେର, କୁମାର ମେହେର ଓ ବଳରାମ ମେହେରଙ୍କ ସହିତ ଗ୍ରାମର ୫୦୦ ପୁରୁଷ ଓ ମହିଳା ସାମିଲ ହୋଇଥିଲେ । ରାଜସ୍ୱ ଗ୍ରାମ ଦାବୀ ନେଇ ଗ୍ରାମବାସୀ ଦୀର୍ଘ ୨୦ ବର୍ଷ ହେବ ଜିଲ୍ଲା ଓ ବ୍ଲକ ପ୍ରଶାସନ ପାଖରେ ଦାବୀ ଜଣେଇ ଆସୁଛି । ଦାବୀ ପୂରଣ ନହେଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।