ପାଟଣଗଡ଼,ଏନ୍ଏନ୍ଏସ୍: ପାଟଣଗଡ଼ ଏନଏସିସ୍ଥିତ ଶୁଭଦ୍ରା ଭବନଠାରେ ବ୍ଲକସ୍ତରୀୟ ଜନ ଶୁଣାଣୀ ଶିବିର ପାଟଣାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ୍ତ କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଟଣଗଡ଼ ଉପଜିଲ୍ଲାପାଳ ଡ଼ା. ବିଜୟାନନ୍ଦ ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ ସାମିଲ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ୍ତ କୁମ୍ଭାର ପରିଚାଳନା କରିଥିବାବେଳେ ଏବିଡିଓ ଓ ଜିପିଓଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ରେକଡ ଏକାଉଣ୍ଟଟି ବ୍ଲିଟି ଓ ଫାଇନିସିଏଲ ଏକାଉଣ୍ଟ୍ ବ୍ଲିଟି ଉପରେ ଆଲୋଚନା ହୋଇଥିଲା । ଏଥିରେ ବ୍ଲକର ସମସ୍ତ ପଞ୍ଚାୟତର ଜିଆରଏସ, ଗ୍ରାମସେବକ ଓ ଜବକାର୍ଡ ହିତାଧିକାରୀମାନେ ଯୋଗଦେଇ ନିଜ ନିଜ ମତାମତ ଦେବାସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ସାମ୍ବାଦିକମାନେ କିଛି ପ୍ରଶ୍ନ କରିବାରୁ ବ୍ଲକସ୍ତରୀୟ ଅଧିକାରୀମାନେ କୌଣସି ଉତ୍ତର ଦେଇନ ପାରିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିଲା ।