ମଧ୍ୟାହ୍ନ ଭୋଜନରେ ଝିଟିପିଟି : ୮୦ଜଣ ପିଲା ଅସୁସ୍ଥ

ଭଦ୍ରକ: ଭଦ୍ରକର ଗ୍ରାମାଞ୍ଚଳ ଥାନା ଅଧିନରେ ଥିବା କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ୮୦ଜଣ ପିଲା ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ପିଲାଙ୍କ ମଧ୍ୟରୁ ୪୭ ଜଣଙ୍କୁ ସଙ୍ଗେସଙ୍ଗେ ଗ୍ରାମବାସୀ, ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଭିଭାବକ ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଅନ୍ୟ ଅସୁସ୍ଥମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ଏବେ ଚିକିତ୍ସା ଚାଲିଛି ବୋଲି ସୂଚନା ମିଳିଛି। ଏନେଇ ବିଦ୍ୟାଳୟ କର୍ତୃପକ୍ଷଙ୍ଙ୍କ ଠାରୁ କୌଣସି ପୟତିକ୍ରିୟା ମିଳିପାରି ନାହିିଁ ବୋଲି ସୂଚନା ମିଳିଛି।