ଫିରିଙ୍ଗିଆ,ଏନ୍ଏନ୍ଏସ୍: ଗତ ୫ ତାରିଖରେ ଫିରିଙ୍ଗିଆ ଥାନାରୁ ପୁଲିସ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ବ୍ଲକର ଶତାଧିକ ଲୋକେ ଫିରିଙ୍ଗିଆ ବ୍ଲକ ଛକ ନିକଟରେ ରାସ୍ତାରୋକ କରିଥିଲେ । ଏହାସହ ପୁଲିସ ଅଧିକାରୀଙ୍କୁ ମାଡ଼ ମାରି ଥାନା ଜାଳି ପୋଡ଼ି ପାଉଁଶ କରିଥିଲେ । ଏହି ଘଟଣା ପରେ ଥାନାର ସମସ୍ତ କାଗଜ ପତ୍ର ଓ ଜିନିଷ ଭାଙ୍ଗି ନଷ୍ଟ ହୋଇଥିଲା । ଏହି ଘଟଣା ପରେ ନୂତନ ଫିରିଙ୍ଗିଆ ଥାନାଧିକାରୀ ରମେଶ କୁମାର ପ୍ରଧାନ ପୁଣିଥରେ ଥାନା କାର୍ଯ୍ୟ ଜୋରଦାର କରିଥିବାବେଳେ ଆଜି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଥାନା କାର୍ଯ୍ୟ ପରିଦର୍ଶନ ସହ ସମୀକ୍ଷା କରିଛନ୍ତି । ବର୍ତ୍ତମାନ ସ୍ଥିତିରେ ଯଥାଶୀଘ୍ର କାର୍ଯ୍ୟ ସାରିବାକୁ ସମସ୍ତ କାର୍ଯ୍ୟ ଚାଲିଛି । ଏହି ସମୟରେ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ରଙ୍କ ସହ ଫିରିଙ୍ଗିଆ ଥାନାଧିକାରୀ ଓ ଅନ୍ୟମାନେ ଉପସ୍ଥିତ ରହି ଥାନା କିଭଳି ଭାବେ ତୁରନ୍ତ କାର୍ଯ୍ୟକ୍ଷମ ହୋଇପାରିବ ସେନେଇ ଆଲୋଚନା କରିଥିଲେ ।