ନୂଆଦିଲ୍ଲୀ: ଭରତୀୟ ପାଣିପାଗ ବିଭାଗ(ଆଇଏମଡି) ଗତ କିଛି ବର୍ଷ ହେବ ପାଣିପାଗର ସଠିକ ସୂଚନା ଦେବାରେ ସଫଳ ହୋଇଛି । ସେଥିପାଇଁ ଆଇଏମଡି ସମଗ୍ର ବିଶ୍ୱରେ ସବୁଠୁ ଭଲ । ଏଭଳି କିଛି ମନ୍ତବ୍ୟ ପୃଥିବୀ ବିଜ୍ଞାନ ମନ୍ତ୍ରୀ କିରନ ରିଜିଜୁ ଦେଇଛନ୍ତି । ଭାରତର ପାଣିପାଗ ବିଭାଗ ପୂର୍ବାନୁମାନ କରିବାରେ ଦୁନିଆର ସମସ୍ତ ପ୍ରଣାଳୀଠୁ ଭଲ ବୋଲି ମଧ୍ୟ ରିଜିଜୁ କହିଛନ୍ତି ।