ପାକିସ୍ତାନରେ ପ୍ରେମିକକୁ ବାହା ହେଲେ ଅଞ୍ଜୁ

ନୂଆଦିଲ୍ଲୀ: ଭାରତରୁ ପାକିସ୍ତାନ ଯାଇଥିବା ଅଞ୍ଜୁ ପ୍ରେମିକ ନସରୁଲ୍ଲାହଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅଞ୍ଜୁ ଖ୍ରୀଷ୍ଟ ଧର୍ମ ଛାଡ଼ି ଇସଲାମ ଧର୍ମ ଆପଣାଇଛନ୍ତି । ଏହାସହ ନୂଆ ଇସଲାମୀ ନାମ ଫାତିମା ରଖାଯାଇଛି । ଉଭୟଙ୍କ ବିବାହ ଭିଡିଓ ସାମ୍ନାକୁ ଆସିଛି । ଅଞ୍ଜୁ ଓ ନସରୁଲ୍ଲାହଙ୍କ ବିବାହ ଦୀର ଉପର ଜିଲ୍ଲା କୋର୍ଟରେ ହୋଇଛି ।

ବିବାହ ପରେ ଅଞ୍ଜୁ କହିଛନ୍ତି ଯେ, ମୁଁ ଖୁବ୍ ଖୁସି ଅଛି । ମୋ ପାଖରେ କମ୍ ସମୟ ଅଛି । କିନ୍ତୁ ମୋତେ ଏଠାକୁ ପୁଣିଥରେ ଆସିବାର ଅଛି ।