ନୂଆଦିଲ୍ଲୀ: ପାକିସ୍ତାନରୁ ନିଜ ୪ ସନ୍ତାନକୁ ନେଇ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି । ସୀମାଙ୍କୁ ଉତ୍ତରପ୍ରଦେଶ ଏଟୀଏସ୍ ଜେରା କରୁଥିବାବେଳେ ବୈଦେଶିକ ମନ୍ତ୍ରଣାଳୟ ଏନେଇ ଜବାବ ଦେଇଛି ।
ବୈଦେଶିକ ମନ୍ତ୍ରଣାଳୟର ସଚିବ ଅରିନ୍ଦମ ବାଗଚୀଙ୍କୁ ସୀମା ହାଇଦରଙ୍କୁ ନେଇ ପ୍ରଶ୍ନ ପଚରା ଯାଇଥିଲା । ଏହାର ଜବାବରେ ଶ୍ରୀ ବାଗଚୀ କହିଛନ୍ତି ଯେ, ଉକ୍ତ ମାମଲାକୁ ନେଇ ଆମ ପାଖରେ ସୂଚନା ରହିଛି । ସେ ଜାମିନରେ ଅଛନ୍ତି । ମାମଲାର ଯାଞ୍ଚ ଚାଲିଥିବାରୁ ଏବେ ଆମେ ଏସମ୍ବନ୍ଧରେ ଅଧିକ କିଛି କହି ପାରିବୁନି ।