ବାଙ୍ଗାଲୁରୁ: ବାଙ୍ଗାଲୁରୁରେ ବିରୋଧୀ ଦଳର ବୈଠକ ଜାରି ରହିଛି । ଏହି ବୈଠକରେ ବିରୋଧୀଙ୍କ ମହାମେଣ୍ଟର ନାଁକୁ ନେଇ ଚର୍ଚ୍ଚା ହୋଇଛି । ବିରୋଧୀ ଦଳ ତାଙ୍କ ମୋର୍ଚ୍ଚାର ନାମ ‘INDIA’ ରଖିଛନ୍ତି । ଏହାର ଅର୍ଥ ଇଣ୍ଡିଆନ ନ୍ୟାସନାଲ ଡେମୋକ୍ରେଟିକ ଇନକ୍ଲୁସ୍ୟୁଭ ଆଲାୟନ୍ସ ।
ବାଙ୍ଗାଲୁରେରେ ଏକତ୍ରିତ ହୋଇଥିବା ବିରୋଧୀ ନେତା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଏହା ଏକ ସାର୍ଥକ ଓ ଭଲ ବୈଠକ । ରଚନାତ୍ମକ ନିର୍ଣ୍ଣୟ ନିଆଯିବ । ଆଜି ଯେଉଁ ଚର୍ଚ୍ଚା ହୋଇଛି ଏହାର ପରିଣାମ ଦେଶବାସୀଙ୍କ ପାଇଁ ଠିକ୍ ହୋଇପାରେ ।
ସମସ୍ତେ ମିଶି ବିଜେପିକୁ ହରାଇବୁ ବୋଲି ଏନସିପି ଅଧ୍ୟକ୍ଷ ଶରଦ ପାୱାର କହିଛନ୍ତି ।
ଆରାଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ କହିଛନ୍ତି ଯେ, ଦେଶ ଓ ଲୋକତନ୍ତ୍ରକୁ ବଞ୍ଚାଇବାକୁ ପଡ଼ିବ । ଗରିବ, କୃଷକ, ଯୁବକ ଓ ଅଳ୍ପସଂଖ୍ୟକଙ୍କ ସୁରକ୍ଷା କରିବାକୁ ପଡ଼ିବ । ମୋଦୀ ସରକାରରେ ସମସ୍ତଙ୍କୁ ଦବେଇକି ରଖାଯାଇଛି ।