ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫ୍ରେନ୍ସିଂ ଜରିଆରେ ପୋର୍ଟ ବ୍ଲେୟରସ୍ଥିତ ବୀର ସାବରକର ଏୟାରପୋର୍ଟର ନୂଆ ଟର୍ମିନାଲ ଉଦଘାଟନ କରିଛନ୍ତି । ଏହି ଅବସରରେ ବିପକ୍ଷର ଏକତାକୁ ନେଇ ମୋଦୀ ଟାର୍ଗେଟ କରିଛନ୍ତି । ମୋଦୀ କହିଛନ୍ତି ଯେ, ବିରୋଧୀଙ୍କ ଏହି ବୈଠକ ବେଇମାନୀ ସମ୍ମିଳନୀ ସଦୃଶ । ଏମାନେ ଗୋଟିଏ ଚେହେରା ଉପରେ ଅନେକ ଚେହେରା ଲଗାଇ ନେଉଛନ୍ତି । ପରିବାରକୁ ବଞ୍ଚାଇବା ପାଇଁ ଏକାଠି ହେଉଛନ୍ତି । ପୂର୍ବରୁ ବିରୋଧୀ କେବଳ ସେହି କାମ ଉପରେ ଗୁରୁତ୍ୱ ଦେଉଥିଲା ଯାହା ତାଙ୍କର ଏବଂ ତାଙ୍କ ପରିବାରର ମଙ୍ଗଳ କରିବ । ଏହାର ପରିଣାମ ସ୍ୱରୂପ ଆଦିବାସୀ କ୍ଷେତ୍ରର ଲୋକ ବିକାଶରୁ ବଞ୍ଚିତ ରହିଲେ । କିଛି ଦଳର ସ୍ୱାର୍ଥପୂର୍ଣ୍ଣ ରାଜନୀତି ଯୋଗୁ ବିକାଶର ଲାଭ ଦେଶର ଦୂରଦୂରାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ସ୍ୱାଧୀନତାର ୭୫ ବର୍ଷରେ ଆମ ଭାରତ କେଉଁଠୁ ପହଞ୍ଚି ପାରିଥାନ୍ତା । ଭାରତୀୟଙ୍କଠାରେ ସାମର୍ଥ୍ୟର କୌଣସି ଅଭାବ ନାହିଁ । କିନ୍ତୁ ଭାରତୀୟଙ୍କ ଏହି ସାମର୍ଥ୍ୟର ଦୁର୍ନୀତିଗ୍ରସ୍ତ ଓ ପରିବାରବାଦୀ ପାର୍ଟି ଅନ୍ୟାୟ କରିଛନ୍ତି ।