ବିଦ୍ରୋହ ପରେ ପ୍ରଥମଥର ପାଇଁ ଶରଦ ପାୱାରଙ୍କୁ ଭେଟିଲେ ଅଜିତ ପାୱାର

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ହଇଚଇ ମଧ୍ୟରେ ଅଜିତ ପାୱାର ଆଜି ତାଙ୍କ ଦାଦା ତଥା ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଭେଟିଛନ୍ତି । ଏନସିପିରେ ହୋଇଥିବା ବିଦ୍ରୋହ ପରେ ଏହା ହେଉଛି ଉଭୟଙ୍କ ପ୍ରଥମ ସାକ୍ଷାତ । ଏହି ସାକ୍ଷାତକୁ ନେଇ ଏବେ ବିଜେପି ପ୍ରତିକ୍ରିୟା ରଖିଛି । ଅଜିତ ପାୱରଙ୍କ ଏହି ପଦକ୍ଷେପକୁ ବିଜେପି ସ୍ୱାଗତ କରିଛି ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏଥିରୁ କିଛି ଶିଖିବା ଉଚିତ ବୋଲି କହିଛି ।

ମୁମ୍ବାଇ ବିଜେପି ମୁଖ୍ୟ ଆଶିଷ ସୋଲାର କହିଛନ୍ତି ଯେ, ରାଜ୍ୟରେ ସ୍ଥାପିତ ସଂସ୍କୃତିକୁ ରାଜନୀତି ଖରାପ କରିବା ଉଚିତ ନୁହେଁ। ଯଦି ଶରଦ ପାୱାର ଓ ଅଜିତ ପାୱାର ରାଜନୀତିକୁ ପରିବାରଠୁ ଅଲଗା ରଖୁଛନ୍ତି ତା’ହେଲେ ଏଥିରେ କୌଣସି ସମସ୍ୟା ନାହିଁ । ଅଜିତ ପାୱାର ଆସିବା ଫଳରେ ବିଜେପି-ଶିବସେନା-ଏନସିପି-ଆଇପିଆଇ ମେଣ୍ଟ ମଜଭୂତ ହୋଇଛି । ଆଗାମୀ ବିଏମସି ନିର୍ବାଚନ ପାଇଁ ୪ଟି ପାର୍ଟି ଏକାସହ ରହିବ । ଆମେ ଏବେ ଏକ ବଡ଼ ପରିବାରରେ ପରିଣତ ହୋଇଛୁ ।