ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ବର୍ଷା ଯୋଗୁ ରାଜ୍ୟର ସ୍ଥିତି କିଭଳି ରହିଛି ମୋଦୀ ପଚାରି ବୁଝିଛନ୍ତି । ମୁଖ୍ୟମନ୍ତ୍ରୀ ଧାମୀ ଫସଲ କ୍ଷତି, ସଡ଼କ ସ୍ଥିତି, ୪ ଧାମ ଯାତ୍ରା ଓ କାଉଁଡ଼ିଆ ଯାତ୍ରା ସମ୍ବନ୍ଧରେ ମୋଦୀଙ୍କୁ ବିସ୍ତୃତରେ ସୂଚନା ପ୍ରଦାନ କରିଛନ୍ତି । ପୁଲିସ ଓ ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ସତର୍କ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ହିମାଚଳ ପ୍ରଦେଶରେ ହେଉଥିବା ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବର୍ତ୍ତମାନ ସୁଦ୍ଧା ୫୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୯୨ଜଣ ଆହତ ହୋଇଛନ୍ତି । ସ୍ଥିତିକୁ ଦେଖି ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଛୁଟି ବାତିଲ କରି ଡ୍ୟୁଟି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।