ଚଙ୍ଗରିଆ ପାଟନେଶ୍ୱରୀ ମହାବିଦ୍ୟାଳୟରେ ବନ ମହୋତ୍ସବ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ଉପଖଣ୍ଡର ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପାଞ୍ଚ ଛକ ନିକଟରେ ଅବସ୍ଥିତ ପାଟନେଶ୍ୱରୀ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ସଭାପତି ସୁଶୀଲ କୁମାର ଗୁରୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାଟଣାଗଡ଼ ଜବାହାରଲାଲ କଲେଜର ଅବସରପ୍ରାପ୍ତ ଇତିହାସ ବିଭାଗର ପ୍ରଫେସର ସତ୍ୟପ୍ରିୟ ଖୁଣ୍ଟିଆ, ସମ୍ମାନିତ ଅତିଥି ଭାବରେ ପାଟଣାଗଡ଼ ବନାଞ୍ଚଳ ଅଧିକାରୀ ଆନନ୍ଦ ଚନ୍ଦ୍ର ବିଶି, ପାଟଣାଗଡ଼ ନ୍ୟୁଜ ୭ ପ୍ରତିନିଧି ବଂଶୀଧର ସେଠା ଓ ଅର୍ଗସ ପ୍ରତିନିଧି ସଦାଶିବ ସରାଫ, ମହାବିଦ୍ୟାଳୟର ଯୁକ୍ତ ୨ ଓ ୩ର ଅଧ୍ୟକ୍ଷମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ପ୍ରଥମେ ମାଁ ପାଟନେଶ୍ୱରୀ ଓ ବନ ଦୁର୍ଗାଙ୍କ ଫଟୋରେ ପୂଜାର୍ଚ୍ଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ଖୁଣ୍ଟିଆ ପରିବେଶ ଉପକାରିତା ଓ ରବିନ୍ଦ୍ର ନାଥ ଟେଗୋରଙ୍କ ବିଷୟରେ କିଛି ମନ୍ତବ୍ୟ ଦେଇ ଏହି ବନ ମହୋତ୍ସବ ସରକାରୀସ୍ତରରେ କରିବା ସହ ଜନ ମହୋତ୍ସବରେ ପାଳନ କରିବା ପାଇଁ ଆହ୍ୱାନ ଦେଇଥିଲେ । ପରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।