Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ୟୁନିଫର୍ମ ସିଭିଲ କୋଡକୁ ସମର୍ଥନ କରିବୁ, ବିଜେପିର ଲାଗୁ କରିବାର ତରିକାକୁ ନୁହେଁ: ମାୟାବତୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ୟୁନିଫର୍ମ ସିଭିଲ କୋଡକୁ ସମର୍ଥନ କରିବୁ, ବିଜେପିର ଲାଗୁ କରିବାର ତରିକାକୁ ନୁହେଁ: ମାୟାବତୀ

ଲକ୍ଷ୍ନୌ: ୟୁନିଫର୍ମ ସିଭିଲ କୋଡ ଲାଗୁ ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ ଏହାକୁ ନେଇ ଦଳର ଆଭିମୁଖ୍ୟ ସମ୍ପର୍କରେ ପ୍ରାକ ସୂଚନା ଦେଇଛନ୍ତି । ସେ ଏହି ଆଇନର ଲାଗୁ କରାଯିବାକୁ ବିରୋଧ କରିବେ ନାହିଁ । ହେଲେ ବିଜେପି ଯେଉଁ ତରିକାରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଚାହୁଁଛି ସେ ତାକୁ ସମର୍ଥନ କରିବେ ନାହିଁ ବୋଲି ମାୟାବତୀ କହିଛନ୍ତି ।

ମାୟାବତୀ କହିଛନ୍ତି ଯେ ସମ୍ବିଧାନରେ ସମସ୍ତ ନାଗରିକଙ୍କ ପାଇଁ ଏକକ ନାଗରିକ ସଂହିତାର ଉଲ୍ଲେଖ ରହିଛି, କିନ୍ତୁ ଏହାକୁ ଲାଗୁ କରିବାର କୌଣସି ବ୍ୟବସ୍ଥା ନାହିଁ । କେବଳ ସହମତି ଏବଂ ସଚେତନତା ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି ସେ ରାଜଧାନୀ ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଯଦି ଉପଯୁକ୍ତ ସଚେତନତା ଓ ବିଚାର ବିମର୍ଶ ବିନା ଏହାକୁ ଲାଗୁ କରାଯାଏ , ତେବେ ଏହାର ଦେଶର କୌଣସି ହିତ ସାଧନ କରିପାରିବ ନାହିଁ ।

ପୂର୍ବରୁ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆମ ଆଦମୀ ପାର୍ଟି ମଧ୍ୟ ଏହାକୁ ସମର୍ଥନ ଘୋଷଣା କରିସାରିଛି । ହେଲେ ଏହାକୁ ଲାଗୁ କରିବା ପୂର୍ବରୁ ବିସ୍ତୃତ ଚର୍ଚ୍ଚାର ଆବଶ୍ୟକତା ଥିବା ଆପ୍‌ କହିଥିଲା । କଂଗ୍ରେସ ଏହି ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା ଦଳୀୟ ଷ୍ଟାଣ୍ଡ କ୍ଲିୟର କରିନଥିବା ବେଳେ କେବଳ ଏହାକୁ ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବାର ପ୍ରୟାସ ବୋଲି କହିଛି । ନିକଟରେ ମୁସଲିମ ପର୍ସନାଲ ଲ’ ବୋର୍ଡ ମଧ୍ୟ ଏହି ପ୍ରସଙ୍ଗରେ ଏକ ଜରୁରୀ ବୈଠକ କରିସାରିଛି । ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରି ଆଇନ ଆୟୋଗ ନିକଟରେ ଦ୍ବାରସ୍ଥ ହେବା ପାଇଁ ବୋର୍ଡ ପ୍ରକ୍ରିୟା ଜାରି ରଖିଛି ।

ନିକଟରେ ଭୋପାଳରେ ଏକ ଦଳୀୟ ସମାବେଶକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏହି ବହୁଚର୍ଚ୍ଚିତ ପ୍ରସଙ୍ଗରେ ସିଧା ମନ୍ତବ୍ୟ ରଖିଥିଲେ । କୌଣସି ଦେଶ ଦୁଇଟା ଆଇନ ଚାଲିପାରିବ ନାହିଁ । ସମ୍ବିଧାନ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦେବା ପାଇଁ ଉଦ୍ଦିଷ୍ଟ ବୋଲି ମୋଦି କହିଥିଲେ । ଦେଶକୁ ଏକ ପରିବାର ସହ ତୁଳନା କରି ପ୍ରଧାନମନ୍ତ୍ରୀ କହିଥିଲେ, ଗୋଟିଏ ପରିବାର ମଧ୍ୟରେ କେବେ ହେଲେ ଦୁଇ ସଦସ୍ୟଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ ହୋଇନପାରେ । ୟୁନିଫର୍ମ ସିଭିଲ କୋଡର ଅର୍ଥ ହେଉଛି ଦେଶର ସମସ୍ତ ନାଗରିକଙ୍କ ପାଇଁ ସମାନ ଆଇନ ରହିବା, ଯାହା ଧର୍ମ ଉପରେ ଆଧାରିତ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।