ନୂଆଦିଲ୍ଲୀ: ଖରିଫ ଫସଲର ଏମଏସପି ବଢ଼ାଇବା ପରେ ମୋଦୀ ସରକାର ଆଖୁ ଚାଷୀଙ୍କୁ ବଡ଼ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଆଗାମୀ ଋତୁ ପାଇଁ ଉଚିତ ଓ ଲାଭକାରୀ ମୂଲ୍ୟ(Fair and Remunerative prices) ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ପ୍ରଦାନ କରିଛନ୍ତି। କ୍ୟାବିନେଟ କମିଟିର ଆର୍ଥିକ ମାମଲାର କମିଟି ୨୦୨୩-୨୪ ବର୍ଷ ପାଇଁ ଆଖୁର ଏଫଆରପି କ୍ୱିଣ୍ଟାଲ ପ୍ରତି ୧୦ ଟଙ୍କା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ଆଖୁର ଏବେ ନୂଆ ଏଫଆରପି କ୍ୱିଣ୍ଟାଲ ପ୍ରତି ୩୧୫ ଟଙ୍କା ହୋଇଯାଇଛି ।
ମୋଦୀ ସରକାର ଆଖୁର ଏଫଆରପି ବଢ଼ାଇବା ଯୋଗୁ ୫ କୋଟି ଆଖୁ ଚାଷୀଙ୍କୁ ଲାଭ ମିଳିବ । ଏହାସହ ଆଖୁ ମିଲ୍ କିମ୍ବା ଏହାସହ ଜଡ଼ିତ କାମରେ କାମ କରୁଥିବା ୫ଲକ୍ଷ କର୍ମଚାରୀଙ୍କୁ ମଧ୍ୟ ଏହାର ଲାଭ ପାଇବେ । ଅକ୍ଟୋବର ମାସରୁ ନୂଆ ଆଖୁ ଋତୁ ଆରମ୍ଭ ହେବ ।