ଦେବଗଡ଼,ଏନ୍ଏନ୍ଏସ୍: ଅଘୋଷିତ ବିଦ୍ୟୁତ କାଟ ଓ ଅହେତୁକ ବିଦ୍ୟୁତ ଦେୟ ବୃଦ୍ଧି ପ୍ରତିବାଦରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଟିପିଡବବ୍ଲ୍ୟୁଓଡିଏଲ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା କରାଯାଇଛି । ପୂର୍ବାହ୍ନରେ ବର୍ଷା ପାଗ ସତ୍ୱେ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମରାମ୍ବଙ୍କ ନେତୃତ୍ୱରେ ବହୁ ପୁରୁଷ ଓ ମହିଳା ଦଳୀୟ କର୍ମୀ ଟାଟା ପାୱାର ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ନଗର ପରିକ୍ରମା କରିବା ସହ ଟିପିଡବବ୍ଲ୍ୟୁଓଡିଏଲ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଜିଲ୍ଲା ପର୍ଯ୍ୟବେକ୍ଷକ ବିରେନ ସେନାପତି ଓ ସୁବାଷ ଚନ୍ଦ୍ର ଭୋଇଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।