ବାଇଡେନଙ୍କ ନୈଶ୍ୟ ଭୋଜନରେ ଅମ୍ବାନୀ ଓ ପିଚାଇ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଥମ ମହିଳା ଜିଲ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ହ୍ୱାଇଟ ହାଉସରେ ଏକ ଭବ୍ୟ ନୈଶ୍ୟ ଭୋଜନର ଆୟୋଜନ କରିଥିଲେ । ଏହି ଭବ୍ୟ ସମାରୋହାରେ ୪୦୦ ଜଣ ଅତିଥୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ, ତାଙ୍କ ପତ୍ନୀ ନିତା ଅମ୍ବାନୀଙ୍କ ସହ ଗୁଗୁଲ ସିଇଓ ସୁନ୍ଦର ପିଚାଇ ଓ ତାଙ୍କ ପତ୍ନୀ ଅଞ୍ଜଲି ପିଚାଇ ମଧ୍ୟ ସାମିଲ ହୋଇଥିଲେ । ଅମ୍ବାନୀ ଓ ପିଚାଇ ସାଥୀରେ ଉଠାଇଥିବା ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।