ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟେଣ୍ଡିଜ ମଧ୍ୟରେ ଟେଷ୍ଟ, ଦିନିକିଆ ଓ ଟି-୨୦ ସିରିଜ ଜୁଲାଇ ୧୨ରୁ ଆରମ୍ଭ ହେବ । ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ତରଫରୁ ଦଳ ଘୋଷଣା କରାଯାଇଛି । ରୋହିତ ଶର୍ମା ଉଭୟ ଟେଷ୍ଟ ଓ ଦିନିକିଆରେ ଅଧିନାୟକ ଭାର ସମ୍ଭାଳିବେ । ଟିମ୍ରେ ଉଭୟ ଅନୁଭବୀ ଓ ଯୁବା ଖେଳାଳିଙ୍କୁ ସ୍ଥାନ ମିଳିଛି ।
ଭାରତର ଟେଷ୍ଟ ଟିମରେ ରୋହିତ ଶର୍ମା(ଅଧିନାୟକ), ଅଜିଙ୍କ୍ୟ ରାହାଣେ(ଉପଅଧିନାୟକ), ବିରାଟ କୋହଲୀ, ଶୁଭମନ ଗିଲ, ଋତୁରାଜ ଗାୟକୱାଡ, ୟଶସ୍ୱୀ ଜେସୱାଲ, କେଏସ ଭାରତ(ୱିକେଟକିପର), ଇଶାନ କିଶନ(ୱିକେଟକିପର), ଆର ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଶାର୍ଦୁଲ ଠାକୁର, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକଟ ଓ ନବଦୀପ ସୈନୀ ରହିଛନ୍ତି ।
ସେହିପରି ଭାରତର ଦିନିକିଆ ଦଳରେ ରୋହିତ ଶର୍ମା(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା(ଉପଅଧିନାୟକ), ଶୁଭମନ ଗିଲ, ଋତୁରାଜ ଗାୟକୱାଡ, ବିରାଟ କୋହଲୀ, ସୂର୍ଯ୍ୟ କୁମାର ଯାଦବ, ସଞ୍ଜୁ ସାମସନ(ୱିକେଟକିପର), ଇଶାନ କିଶନ(ୱିକେଟକିପର), ରବିନ୍ଦ୍ର ଜାଡେଜା,ଶାର୍ଦୁଲ ଠାକୁର, ଅକ୍ଷର ପଟେଲ, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜୟଦେବ ଉନାଦକଟ , ଉମରାନ ମଲିକ ଓ ମୁକେଶ କୁମାର ସାମିଲ ହୋଇଛନ୍ତି ।