ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନ ମିଶନରେ ଏକାଠି କାମ କରିବେ ଭାରତ-ଆମେରିକା

ନୂଆଦିଲ୍ଲୀ: ଭାରତ ଓ ଆମେରିକା ୨୦୨୪ ପାଇଁ ସଂଯୁକ୍ତ ଅନ୍ତରୀକ୍ଷ ଯାତ୍ରୀ ମିଶନର ଘୋଷଣା କରିଛନ୍ତି । ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ, ଭାରତ ଅର୍ଟିମିସ ସନ୍ଧିରେ ସାମିଲ ହେବାକୁ ସ୍ଥିର କରିଛି । ଆମେରିକାର ‘ନାସା’ ଓ ଭାରତର ‘ଇସ୍ରୋ’ ୨୦୨୪ରେ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନ(ଆଇଏସଏସ) ପାଇଁ ଏକ ସଂଯୁକ୍ତ ମିଶନ ପଠାଇବା ପାଇଁ ସହମତ ହୋଇଛନ୍ତି ।

ସୂଚନାଯୋଗ୍ୟ, ଅର୍ଟିମିସ ସନ୍ଧି ନାଗରିକ ଅନ୍ତରିକ୍ଷ ଅନ୍ୱେଷଣ ଉପରେ ସମାନ ବିଚାରଧାରା ରଖୁଥିବା ଦେଶମାନଙ୍କୁ ଗୋଟିଏ ମଞ୍ଚକୁ ଆଣିଥାଏ । ଭାରତ ଅର୍ଟିମିସ ସନ୍ଧି ଉପରେ ହସ୍ତାକ୍ଷର କରିଥିବା ନେଇ ଆମେରିକା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।