Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କଲବଲ କରୁଛି ଘନ ଘନ ବିଜୁଳି କାଟ, ରାଗରେ ଭଙ୍ଗାରୁଜା କଲେ ଲୋକେ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କଲବଲ କରୁଛି ଘନ ଘନ ବିଜୁଳି କାଟ, ରାଗରେ ଭଙ୍ଗାରୁଜା କଲେ ଲୋକେ

ଭଦ୍ରକ: ସାରା ରାଜ୍ୟରେ ଅଗ୍ନି ବର୍ଷା ହେଉଛି । ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳିରେ ସାଧାରଣ ଲୋକେ କଲବଲ ହେଉଛନ୍ତି । ଏହି ସମୟରେ ବିଭିନ୍ନ ସ୍ଥାନରେ ଘନ ଘନ ଅଘୋଷିତ ବିଜୁଳି କାଟ ଲୋକଙ୍କୁ ଆହୁରି ଅସ୍ତବ୍ୟସ୍ତ କରିଦେଉଛି । ଏହାକୁ ନେଇ ନେଇ ଚାରିଆଡେ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଲୋକମାନେ ଅତିଷ୍ଠ ହୋଇ ବିଦ୍ୟୁତ ଷ୍ଟକଚର ମଧ୍ୟରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏହିପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରାଢୋ ଠାରେ ଥିବା ଷ୍ଟକଚର ପରିସରରେ ।

ଖବର ଅନୁଯାୟୀ, ସମ୍ପ୍ରତି ଅଘୋଷିତ ବିଜୁଳି କାଟ୍, ଲୋ ଭୋଲଟେଜ ଏବଂ ଜୁଲମ ପୂର୍ବକ ବିଦ୍ୟୁତ ବିଲ୍ ଆଦାୟକୁ ପ୍ରତିବାଦ କରି ଅନେକ ସମୟରେ ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀ ତଥା ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ହେଲେ ଏନେଇ କୌଣସି ସୁଫଳ ମିଳୁନାହିଁ । ବର୍ତ୍ତମାନ ସାରା ରାଜ୍ୟରେ ମୁଣ୍ଡଫଟା ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ସକାଳ ୧୦ଟା ନହେଉଣୁ ପଦାକୁ ବାହାରିବା ମୁସ୍କିଲ ହେଉଛି । ରାତିରେ ମଧ୍ୟ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଫଳରେ ଗରମରେ ଲୋକମାନେ ତ୍ରାହି ତ୍ରାହି ଡାକୁଛନ୍ତି । ଏଭଳି ସ୍ଥିତିରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଗତ କିଛି ଦିନ ହେବ ନିରବଚ୍ଛିନ୍ନ ଭାବେ ଅଘୋଷିତ ବିଦ୍ୟୁତ୍ କାଟ ଏବଂ ଅଧିକାଂଶ ସମୟରେ ଲୋ ଭୋଲଟେଜ ସମସ୍ୟା ଦେଖିବାକୁ ମିଳୁଛି ।

ଯାହା ଗରମ ଗୁଳୁଗୁଳିରେ ଆଉଟ ପାଉଟୁ ହେଉଥିବା ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ପରିଣାମ ସ୍ବରୂପ ଶେଷରେ ଅତିଷ୍ଠ ହୋଇ ସ୍ଥାନୀୟ ଅଞ୍ଚଳର ଲୋକେ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରାଢୋ ଠାରେ ଥିବା ଷ୍ଟକଚର ମଧ୍ୟରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ଯାହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଭଣ୍ଡାରୀପୋଖରୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରି ଘଉଡାଇ ଦେଇଥିଲା ।

ପ୍ରକାଶଥାଉ କି, ବିଜେପି ପକ୍ଷରୁ ସମ୍ପ୍ରତି ଅଘୋଷିତ ବିଦ୍ୟୁତ କାଟ ତଥା ଲୋ ଭୋଲଟେଜ ସମସ୍ୟା ନେଇ ଟାଟା ପାୱାର କମ୍ପାନୀର ବିଭିନ୍ନ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ହେଲେ ଏହାର ସେପରି କୌଣସି ଅନୁକୂଳ ପ୍ରଭାବ ଦେଖିବାକୁ ମିଳୁନାହିଁ । ଅନ୍ୟପଟେ ଏହି ଅଘୋଷିତ ବିଜୁଳି କାଟ ଓ ଲୋ ଭୋଲଟେଜ ଜନିତ ସମସ୍ୟା ସମ୍ପର୍କରେ କୌଣସି ବିଭାଗୀୟ କର୍ତ୍ତୃପକ୍ଷ ପ୍ରତିକ୍ରିୟା ପ୍ରକାଶ କରିବାକୁ ନାରାଜ । ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟ ହୋଇଥିବା ବେଳେ ସମ୍ପ୍ରତି ରାଜ୍ୟ ତଥା ଭଦ୍ରକ ଜିଲ୍ଲାର ଅଧିକାଂଶ ସ୍ଥାନରେ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଜାରି ରହିଥିବା ଅବ୍ୟବସ୍ଥା କେବେ ସୁଧୁରିବ ତାହା ଦେଖିବ ବାକି ରହିଲା ।