୨୦୨୪ ଜାନୁଆରୀ ୨୪ରେ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିରାଜମାନ

ନୂଆଦିଲ୍ଲୀ: ଅଯୋଦ୍ଧାର ରାମ ମନ୍ଦିରରେ ୨୦୨୪ ଜାନୁଆରୀ ୨୨ରେ ପ୍ରଭୁ ଶ୍ରୀରାମଚନ୍ଦ୍ର ବିରାଜମାନ କରିବେ । ଏହି ପୂଜା ପାଖାପାଖି ୭ ଦିନ ଧରି ଚାଲିବ । ଏହି ପୂଜା ନେଇ ରାମ ମନ୍ଦିର ଟ୍ରଷ୍ଟ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଛି । କିନ୍ତୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଏନେଇ କୌଣସି ଉତ୍ତର ରଖାଯାଇ ନାହିଁ । ଏନେଇ ରାମ ମନ୍ଦିର ଟ୍ରଷ୍ଟ ତରଫରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ରାମ ମନ୍ଦିରରେ ଶ୍ରୀରାମଚନ୍ଦ୍ରଙ୍କ ଗର୍ଭଗୃହର ଉପର ଅଂଶରେ ନିର୍ମାଣ କାର୍ଯ୍ୟ ଚାଲିଛି । ୨୦୨୩ ଅକ୍ଟୋବର ସୁଦ୍ଧା ପ୍ରଥମ ମହଲା ପ୍ରସ୍ତୁତ ହୋଇଯିବ ।