ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୭୦ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ । ରୋଜଗାର ମେଳାର ଏହି କାର୍ଯ୍ୟକ୍ରମରେ ମୋଦୀ ସକାଳ ୧୦ଟା ୩୦ରେ ଭିଡିଓ କନଫ୍ରେନ୍ସିଂ ଜରିଆରେ ଯୋଡ଼ି ହେବେ । ଏହି କାର୍ଯ୍ୟକ୍ରମରେ ମୋଦୀ ଯୁବକଙ୍କୁ ସମ୍ବୋଧିତ କରିବେ ।
ଏହି ନିଯୁକ୍ତି କେନ୍ଦ୍ର ସରକାରଙ୍କ ବିଭାଗ ବ୍ୟତୀତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ମଧ୍ୟ କରାଯିବ । ନବନିଯୁକ୍ତ କର୍ମଚାରୀଙ୍କୁ ସମଗ୍ର ଦେଶର ଭିନ୍ନ ଭିନ୍ନ ବିଭାଗରେ ନିଯୁକ୍ତି ମିଳିବ । ରୋଜଗାର ମେଳା ରୋଜଗାର ସୃଷ୍ଟି କରିବା କ୍ଷେତ୍ରରେ ମୋଦୀଙ୍କ ସର୍ବୋଚ୍ଚ ପ୍ରାଥମିକତା ଦେବାର ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ଏକ ବଡ଼ ପଦକ୍ଷେପ ।