Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଏମ୍ସରେ ବ୍ୟବସ୍ଥିତ ଢଙ୍ଗରେ ଚାଲିଛି ମୃତଦେହ ଚିହ୍ନଟ ପ୍ରକ୍ରିୟା: ଧର୍ମେନ୍ଦ୍ର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଏମ୍ସରେ ବ୍ୟବସ୍ଥିତ ଢଙ୍ଗରେ ଚାଲିଛି ମୃତଦେହ ଚିହ୍ନଟ ପ୍ରକ୍ରିୟା: ଧର୍ମେନ୍ଦ୍ର

ଭୁବନେଶ୍ବର : ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୃତଦେହ ଚିହ୍ନଟ ପ୍ରକ୍ରିୟାର ସ୍ଥିତି ଯାଞ୍ଚ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ବାହାନଗା ଟ୍ରେନ୍ ଟ୍ରାଜେଡିକୁ ସପ୍ତାହେ ବିତିଥିବାବେଳେ ଏଯାଏଁ ଏମ୍ସରେ ରହିଛି ଅନେକ ମୃତଦେହ । ଏବେବି ଭୁବନେଶ୍ଵର ସ୍ଥିତ ଏମ୍ସ ପରିସରରେ ଲାଗି ରହିଛି ମୃତକଙ୍କ ସମ୍ପର୍କୀୟଙ୍କ ଭିଡ଼ । କେତେକଙ୍କ ମୃତଦେହ ମିଳୁନଥିବାବେଳେ ଆଉ କେତେକ ମୃତଦେହର ରହୁଛନ୍ତି ଅନେକ ଦାବିଦାର। ଏକାଧିକ ଦାବିଦାର ଥିବା ମୃତଦେହର ଡିଏନ୍‌ଏ ଟେଷ୍ଟ ପାଇଁ ପଦକ୍ଷେପ ନିଆଯାଉଥିବା ଜଣାପଡିଛି। ତେବେ ଡିଏନ୍‌ଏ ଟେଷ୍ଟ ପାଇଁ ଦିଲ୍ଲୀ ଏମ୍ସକୁ ସାମ୍ପଲ ପଠାଯାଇଛି।

ସୂଚନା ଅନୁଯାୟୀ, ଏମ୍ସରେ ପୂର୍ବରୁ ମୋଟ୍ ୧୯୩ଟି ମୃତଦେହ ଥିବାବେଳେ ଗୁରୁବାର ସୁଦ୍ଧା ୧୧୧ଟି ମୃତଦେହକୁ ତାଙ୍କର ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଏମ୍ସରେ ୮୨ଟି ମର ଶରୀର ରହିଛି । ସେଥିମଧ୍ୟରୁ ୬୪ ଜଣଙ୍କର ଡିଏନ୍‌ଏ ପରୀକ୍ଷା ଶେଷ ହୋଇଥିବାବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି। ତେବେ ରିପୋର୍ଟ ଆସିବା ପରେ ମୃତଦେହ କାହାର ସେନେଇ ସବିଶେଷ ତଥ୍ୟ ଜଣା ପଡିବ। ଏହାପରେ ଏମ୍ସର ଦିଆଯାଇଥିବା ଟୋଲ ଫ୍ରି ନମ୍ବର ଏବଂ ବିଏମସି ପକ୍ଷରୁ ଫୋନ୍ ଯୋଗେ ମୃତକଙ୍କ ସମ୍ପର୍କୀୟଙ୍କୁ ଜଣାଇ ଦିଆଯିବ।

ଅନ୍ୟପଟେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଯାତ୍ରୀଙ୍କ ମର ଶରୀରକୁ ନେଇ ଡାକ୍ତରୀ ଟିମ୍ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏମ୍ସ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ନିଜେ ଉପସ୍ଥିତ ରହି କିଭଳି ସମସ୍ତ ମୃତଦେହ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ ସେନେଇ ନିଆଯାଉଥିବା ପଦକ୍ଷେପ ଉପରେ ଯାଞ୍ଚ କରିଛନ୍ତି। ତେବେ ଏମ୍ସରେ ଥିବା ୮୨ଟି ମୃତଦେହ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇପାରିନଥିବା ଜଣାପଡିଛି।

ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବାବେଳେ ସବୁ କିଛି ବ୍ୟବସ୍ଥିତ ଭାବେ ହେଉଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ, ନିଜ ପରିଜନଙ୍କୁ ଖୋଜିବାକୁ ଆସୁଥିବା ଲୋକଙ୍କ ପାଇଁ ହେଲ୍‌ପ ଡେସ୍କ କରାଯାଇଛି। ପୋଲିସ, ବିଏମସି କର୍ମଚାରୀ ବି ସହାୟତା ପାଇଁ ରହିଛନ୍ତି । ମୃତଦେହ ନେବାକୁ ଆସୁଥିବା ବ୍ୟକ୍ତିଙ୍କର ଆଧାର କାର୍ଡ ଓ ଅନ୍ୟାନ୍ୟ ପରିଚୟପତ୍ର ଯାଞ୍ଚ କରାଯାଉଛି। ଏହାସହ ଡିଏନ୍‌ଏ ଟେଷ୍ଟ ମଧ୍ୟ କରାଯାଉଛି । ଚିହ୍ନଟ ପରେ ମୃତଦେହ ହସ୍ତାନ୍ତର କରାଯିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଉଛି । ନିୟୋଜିତ ସମସ୍ତ କର୍ମଚାରୀମାନେ ମିଳିତ ଭାବେ ବ୍ୟବସ୍ଥିତ ଢଙ୍ଗରେ କାମ କରୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।