ହାଇଦ୍ରାବାଦ: ଶରୀରକୁ ସୁସ୍ଥ ରଖିବା ପାଇଁ ସାଇକେଲ ଚଳାଇବା ଆବଶ୍ୟକ ହୋଇଥାଏ । ସବୁଠାରୁ ଉତ୍ତମ ବ୍ୟାୟାମ ହେଉଛି ସାଇକେଲିଂ । ସାଇକେଲ ଚଲାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି । ପ୍ରତିବର୍ଷ ୩ ଜୁନରେ ବିଶ୍ୱ ସାଇକେଲ୍ ଦିବସ ପାଳନ କରାଯାଏ । ଏହି ଦିନ ପାଳନ କରିବା ପଛରେ ଅନେକ ଉଦ୍ଦେଶ୍ୟ ରହିଛି । ସାଇକେଲ ଚଳାଇବା ଦ୍ୱାରା ପରିବେଶର କୌଣସି କ୍ଷତି ହୁଏ ନାହିଁ ବରଂ ଶରୀରକୁ ଅନେକ ଲାଭ ମିଳିଥାଏ ।
ଆଜିର ଯୁଗରେ ଅନେକ ଲୋକ ନିଜକୁ ସୁସ୍ଥ ରଖିବା ପାଇଁ ସାଇକେଲର ବ୍ୟବହାର କରୁଛନ୍ତି । ଏହା ଓଜନକୁ ନିୟନ୍ତ୍ରଣ ରଖିବା ସହ ମାଂସପେଶୀକୁ ମଧ୍ୟ ଶକ୍ତ କରିଥାଏ ।ବିଶ୍ୱ ସାଇକେଲ ଦିବସର ଆରମ୍ଭ: ଏପ୍ରିଲ ୨୦୧୮ରେ, ବିଶ୍ୱ ସାଇକେଲ ଦିବସ ପାଳନ ଆରମ୍ଭ ହୋଇଥିଲା । ମିଳିତ ଜାତିସଂଘର ସାଧାରଣ ସଭାରେ ଜୁନ ୩ ତାରିଖରେ ବିଶ୍ୱ ସାଇକେଲ ଦିବସ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା । ସେବେ ଠାରୁ ଜୁନ୍ 3ରେ ସମଗ୍ର ବିଶ୍ୱରେ ସାଇକେଲ ଦିବସ ପାଳନ କରାଯାଉଛି ।