କାହିଁକି କଂଗ୍ରେସ ଛାଡ଼ିଲେ ସିନ୍ଧିଆ, କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ: ଇଣ୍ଡିଆ ଇକନୋମିକ କନକ୍ଲେଭରେ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବା ପଛର କାରଣ କହିଛନ୍ତି । ସିନ୍ଧିଆ କହିଛନ୍ତି ଯେ, ଅପମାନିତ ହେବାରୁ ଦଳ ଛାଡ଼ିବାକୁ ବାଧ୍ୟ ହେଲି । ମୁଁ କଦାପି ପଦ ସମ୍ବନ୍ଧରେ ଭାବିନଥିଲି । ଜନସେବା କରିବା ମୋ ଉଦ୍ଦେଶ୍ୟ ଥିଲା । ଜୀବନର ଲକ୍ଷ୍ୟ କଦାପି ରାଜନୀତି ନୁହେଁ ବରଂ ଜନସେବା ହେବା ଉଚିତ ବୋଲି ପିତାଜୀ କହିଥିଲେ ।

ଜ୍ୟୋତିରାଦିତ୍ୟ ସିନ୍ଧିଆ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି ମୁଁ ତାକୁ ଭଲଭାବେ ନିର୍ବାହ କରିବି । ମୁଁ ଏକ ବ୍ୟାଙ୍କରେ ୬.୫ ବର୍ଷ କାମ କରିଛି । ସେଥିପାଇଁ କିପରି ସମୟ ପୂର୍ବରୁ କାମ କରାଯିବ ସେସମ୍ପର୍କରେ ମୋର ଅଭିଜ୍ଞତା ରହିଛି । ଧାର୍ଯ୍ୟ ସମୟ ମଧ୍ୟରେ ଫଳାଫଳ ଉପରେ କାମ କରିବା ଉପରେ ଧ୍ୟାନ ଦେଉଥିବା ଜଣେ ପ୍ରଧାନମନ୍ତ୍ରୀଙ୍କ ସହ କାମ କରିବା ହେଉଛି ମୋର ସୌଭାଗ୍ୟ । ଅନେକ ନୀତି ପ୍ରସ୍ତୁତ କରାଯାଇଛି ଏବଂ ସବୁ ନୀତି ଉପରେ କାମ କରିବାର ଅଛି । ଯେପର୍ଯ୍ୟନ୍ତ ଶେଷ ବ୍ୟକ୍ତି ଏହାର ଲାଭ ଉଠାଇନି ସେପର୍ଯ୍ୟନ୍ତ କାମ କରିବାର ଅଛି ।