ଭାରତ ଓ ନେପାଳ ପାର୍ଟନରସିପ ହିଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସରେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ‘ପ୍ରଚଣ୍ଡ’ଙ୍କୁ ଭେଟିଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ ୪ ଦିବସୀୟ ଭାରତ ଗସ୍ତରେ ଆସଥିବାବେଳେ ଉଭୟ ଦେଶର ବନ୍ଧୁତାକୁ ସୁଦୃଢ଼ କରିବା ହେଉଛି ଏହି ଗସ୍ତ ପଛର ଉଦ୍ଦେଶ୍ୟ ।

ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମୋଦୀ କହିଛନ୍ତି ଯେ, ଭାରତ ଏବଂ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ବନ୍ଧକୁ ହିମାଳୟ ପରି ଉଚ୍ଚକୁ ନେବୁ ଏବଂ ସୀମା ବିବାଦ ସହ ଅନ୍ୟ ମାମଲାକୁ ସମାନ ଭାବନା ସହକାରେ ସମାଧାନ କରିବାକୁ ଚେଷ୍ଟା କରିବୁ। ବର୍ଡର ଆମ ପାଇଁ ବେରିୟର ହୋଇନାହିଁ । ଆମ ପାର୍ଟନରସିପ ହିଟ ବୋଲି ୯ ବର୍ଷ ପରେ କହିବାରେ ଖୁସି ଅନୁଭବ ହେଉଛି।