କୁସ୍ତିଯୋଦ୍ଧାଙ୍କ ପ୍ରଦର୍ଶନକୁ ନେଇ ଏମିତି କିଛି କହିଲେ ଖେଳମନ୍ତ୍ରୀ…

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଜାରି ରହିଛି । ଏଭଳି ସ୍ଥିତିରେ କେନ୍ଦ୍ର ଖେଳମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଖେଳାଳୀ ଏମିତି କୌଣସି ପଦକ୍ଷେପ ନେବା ଉଚିତ ନୁହେଁ ଯାହାକି ତାଙ୍କୁ କ୍ଷତି ପହଞ୍ଚାଇବ । କୁସ୍ତିଯୋଦ୍ଧାଙ୍କ ଦାବୀକୁ କେନ୍ଦ୍ର କରି କମିଟି ଗଠନ କରାଯାଇଛି ଏବଂ ଏହା ମହାସଂଘର କାମ ଦେଖୁଛି । ଖେଳାଳୀ ଦିଲ୍ଲୀ ପୁଲିସର ଯାଞ୍ଚକୁ ଅପେକ୍ଷା କରିବା ଉଚିତ । ଯାଞ୍ଚ ନସରିବା ପର୍ଯ୍ୟନ୍ତ କୌଣସି ବି ପଦକ୍ଷେପ ଗ୍ରହଣ କରିବା ଉଚିତ ନୁହେଁ ଯାହାକି ତାଙ୍କୁ ପ୍ରଭାବିତ କରିବ । ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଖେଳ ଆଗକୁ ବଢ଼ୁଛି ।

ସୂଚନାଯୋଗ୍ୟ, ସାକ୍ଷୀ ମଲ୍ଲିକ, ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟଙ୍କ ସମେତ କିଛି ଶୀର୍ଷ କୁସ୍ତିଯୋଦ୍ଧା ଗତକାଲି ମେଡାଲ ଗଙ୍ଗାରେ ଭସାଇବା ପାଇଁ ହରିଦ୍ୱାର ପହଞ୍ଚିଥିଲେ । କିନ୍ତୁ କୃଷକ ନେତା ନରେଶ ଟିକେୟତ ସେମାନଙ୍କୁ ରୋକିବା ସହ ୫ ଦିନର ସମୟ ନେଇଥିଲେ ।